Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଟକରେ ଶାନ୍ତିଶୃଙ୍ଖଳା ବଜାୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅପିଲ…

Posted on October 6, 2025

କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରକବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଦରଘା ବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗୁ ହେବ, ଯାହା ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର, ବୟାଳିଶ ମୌଜା ଓ ସଦର ଥାନା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛି।

ଏହି ସମୟରେ କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅପିଲ କରିଛନ୍ତି। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର, ହେଲେ କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି। ତେବେ କଟକର ଗୌରବକୁ ଅକ୍ଷୂଣ୍ଣ ରଖିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme