
ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରିବାକୁ ଯାଇ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଠାରୁ ମାଆ ବୁଢୀଠାକୁରାଣୀଙ୍କ ଠାରୁ ପୂଜାର୍ଚ୍ଚନା କରି ବାହାରି ଗାନ୍ଧୀ ପାର୍କଠାରେ ମାଲ୍ୟାର୍ପଣ ପରେ ହଜାର ହଜାର କର୍ମୀଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ
ରାଜାଛକ ପାଖରେ ପହଞ୍ଚି ଅନୁଗୋଳର ଶେଷ ସ୍ବାଧୀନ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବଜାର ଦେଇ କଂଗ୍ରେସ ଭବନଠାରେ ପହଞ୍ଚିଥିଲେ। କଂଗ୍ରେସ ଭବନଠାରେ ବରିଷ୍ଠ କଂଗ୍ରେସ ନେତା ସାଧୁ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ ବହୁ ବରିଷ୍ଠ କଂଗ୍ରେସ ନେତା, ବିଭିନ୍ନ ବ୍ଲକରୁ ଆସିଥିବା ଯୁବ, ମହିଳା, ଛାତ୍ର, ଆଇନସେଲ, ଏସସି ସେଲ, ଏସଟି ସେଲ, ମିଡ଼ିଆ ସେଲ, ସେବାଦଳ ତରଫରୁ ନବ ନିର୍ବାଚିତ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନୁଗୋଳ ଜିଲ୍ଲାର ବହୁ ସମସ୍ୟା ରହିଛି, ସେ ସବୁକୁ ସମାଧାନ କରିବା ପାଇଁ ଅନୁଗୋଳ ଜିଲ୍ଲା କଂଗ୍ରେସ ଯଥାସାଧ୍ୟ ଉଦ୍ୟମ ଜାରି ରଖିବ ଓ ଅନୁଗୋଳ ଜିଲ୍ଲାର ଜାଗ୍ରତ ପ୍ରହରୀ ଭାବେ ଏଣିକି କାର୍ଯ୍ୟ କରିବ ବୋଲି ସଭାରେ ନବ ନିଯୁକ୍ତି ପାଇଥିବା ସଭାପତି ସୂଚନା ଦେଇଥିଲେ ।
