
ବାଲେଶ୍ୱର ଜିଲ୍ଲା ଅଧୀନ ଗଣ୍ଡିବେଡ଼ -ଔପଦା ରାସ୍ତାର ଖଇରା ଥାନା ଅଧୀନ ସରସତିଆ ପେଟ୍ରୋଲ ପମ୍ପ ନିକଟରେ ଗୌର ଗୋପାଳ ସ୍କୁଲର ଭ୍ୟାନ୍ ପିଲାମାନଙ୍କୁ ଆଣିବାକୁ ଯିବା ସମୟରେ ଭାରସାମ୍ୟ ହରାଇ ନୟନଯୋଡ଼ି ସଂଲଗ୍ନ ଧାନ କିଆରିକୁ ଓଲଟି ପଡ଼ିଥିଲା। ଫଳରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ପଠାଯାଇଥିବା ସୂଚନାରୁ ଜଣାଯାଇଛି।

