
ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟିଲା କୋବି ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍। ବୁଧବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ନଂ ଜାତୀୟ ରାଜପଥ ଡିମିରିଆ ଛକରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, କର୍ଣ୍ଣାଟକରୁ ଏକ ପତ୍ରକୋବି ବୋଝେଇ ଟ୍ରକ୍ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ବୁଧବାର ବିଳମ୍ବିତ ରାତିରେ ଟ୍ରକ୍ଟି ହଠାତ୍ ୧୬ନଂ ଜାତୀୟ ରାଜପଥ ଡିମିରିଆ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଖବର ପାଇ ସ୍ଥାନୀୟ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
