Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଏସଏସସି ଅଫିସ୍ ସମ୍ମୁଖରେ ଜେଇ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ: ଶୀତୁଆ ରାତିରେ ଖୋଲା ଆକାଶ ତଳେ ଅପେକ୍ଷା

Posted on January 10, 2026

ରାଜ୍ୟରେ ଏବେ ହାଡ଼ଭଙ୍ଗା ଶୀତର ଲହରୀ ଜାରି ରହିଛି। ଏହି ପ୍ରବଳ ଶୀତ ଓ କାକରକୁ ଖାତିର ନକରି ରାଜଧାନୀର ରାଜପଥରେ ଧାରଣା ଦେଇଛନ୍ତି ଶହ ଶହ ଶିକ୍ଷିତ ଯୁବକଯୁବତୀ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଦ୍ୱାରା ପରିଚାଳିତ CTSRE-2024 କନିଷ୍ଠ ଯନ୍ତ୍ରୀ (JE) ନିଯୁକ୍ତି ପ୍ରକ୍ରିୟାରେ ଅହେତୁକ ବିଳମ୍ବକୁ ପ୍ରତିବାଦ କରି ପରୀକ୍ଷାର୍ଥୀମାନେ ଓଏସଏସସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ, ଓଏସଏସସି ଦ୍ୱାରା କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ଗତ ମେ ମାସରେ ଏବଂ ମୁଖ୍ୟ (Main) ପରୀକ୍ଷା ସେପ୍ଟେମ୍ବର ମାସରେ ସମାପ୍ତ ହୋଇଛି। ପରୀକ୍ଷା ସରିବାର ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୁଖ୍ୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଉନାହିଁ। ରେଜଲ୍ଟ ନ ଆସିବାରୁ ପରବର୍ତ୍ତୀ ପର୍ଯ୍ୟାୟର ଡକ୍ୟୁମେଣ୍ଟ ଭେରିଫିକେସନ୍ ପ୍ରକ୍ରିୟା ମଧ୍ୟ ଅଟକି ରହିଛି।

ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବା ଦାବିରେ ପରୀକ୍ଷାର୍ଥୀମାନେ ଗତକାଲିଠାରୁ ଧାରଣାରେ ବସିଛନ୍ତି। ରାତିର ପ୍ରବଳ ଶୀତରେ ଖୋଲା ଆକାଶ ତଳେ ପଡ଼ିରହି ସେମାନେ ନିଜର ହକ୍ ମାଗୁଛନ୍ତି। “ଆମେ କେବଳ ଆମର ପରିଶ୍ରମର ଫଳ ଚାହୁଁଛୁ। ବାରମ୍ବାର କମିଶନଙ୍କୁ ଜଣାଇବା ପରେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ” ବୋଲି ଜଣେ ଆନ୍ଦୋଳନକାରୀ କ୍ଷୋଭର ସହ କହିଛନ୍ତି।

ନିଯୁକ୍ତି ପ୍ରକ୍ରିୟାରେ ଏଭଳି ବିଳମ୍ବ ଯୋଗୁଁ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି। ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପରୀକ୍ଷାର୍ଥୀମାନେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଓଏସଏସସି ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme