Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଏନଜିସିର ଗ୍ୟାସ୍ ଚୋରି ଅଭିଯୋଗ : ସିବିଆଇକୁ ନୋଟିସ୍ ପଠାଇଲେ ବମ୍ବେ ହାଇକୋର୍ଟ

Posted on November 12, 2025

ପ୍ରାକୃତିକ ଗ୍ୟାସ ଚୋରି ଅଭିଯୋଗରେ ସିବିଆଇ ତଦନ୍ତ ପାଇଁ ନୋଟିସ୍ । ଦେଶର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ତୈଳ କମ୍ପାନୀ ବିରୋଧରେ ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବମ୍ବେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଦାଖଲ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁସାରେ, ଜିତେନ୍ଦ୍ର ପି ମାରୁ ନାମକ ଜଣେ ବ୍ୟକ୍ତି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିଜ ଆବେଦନରେ ସଂପୃକ୍ତ ତୈଳ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ତଦନ୍ତ ସୁପାରିଶ ପାଇଁ ଅନୁରୋଧ କରିଥିଲେ । ଯାହାକୁ ଏସ ଗଡକରୀ ଏବଂ ରଞ୍ଜିତସିହ୍ନା ରାଜା ଭୋସଲେଙ୍କ ଖଣ୍ଡପୀଠ ଗ୍ରହଣ କରିଥିଲେ । ଏହାସହ ସିବିଆଇକୁ ଏବାବଦରେ ନୋଟିସ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮ରେ ହେବ ବୋଲି ଜଣାପଡିଛି ।

ଆବେଦନକାରୀ କହିଥିଲେ ଯେ, ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବିଶ୍ବାସ ଭଙ୍ଗ କରିଛନ୍ତି । ବଡ ଚୋରିରେ ପ୍ରତିଷ୍ଠାନର ସଂପୃକ୍ତି ରହିଛି । ଅନେକ ନଥିପତ୍ର, ତଦନ୍ତ ରିପୋର୍ଟ ସେ ପ୍ରଦାନ କରିଥିବା କୋର୍ଟରେ ଦର୍ଶାଇଥିଲେ । ୨୦୦୪ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠାନ ବଡ ଧରଣ ଠକେଇ କରିଥିଲା । କ୍ରିଷ୍ଣା ଗୋଦାବରୀ ବେସିନରେ ଓଏନଜିସିର କିଛି ତୈଳ କୂଅରୁ ସଂପୃକ୍ତ କମ୍ପାନୀ ତୈଳ ଚୋରି କରିଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ୍ । ୨୦୧୩ରେ ଓଏନଜିସି ଏହା ଜାଣିପାରିଥିଲା ଏବଂ ସରକାରଙ୍କୁ କହିଥିଲା ।

ଅନ୍ୟ ଦିଗରେ ବେସରକାରୀ ପ୍ରତିଷ୍ଠାନ କହିଛି ଯେ, ପ୍ରାକୃତିକ ଗ୍ୟାସ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରେ । ତେଣୁ କମ୍ପାନୀ ପାଖରେ ଏହାକୁ ବାହାର କରିବା ପାଇଁ ଅଧିକାର ରହିଛି । ତେବେ କିଛି ଦିନ ପୂର୍ବରୁ ଏକ ତଦନ୍ତ କମିଟି କମ୍ପାନୀ ବେଆଇନ ଭାବେ ପ୍ରାକୃତିକ ଗ୍ୟାସ ଚୋରି କରିଥିବା ସ୍ପଷ୍ଟ କରିଥିଲା । ଏପି ଶାହ କମିଟି ମଧ୍ୟ ୧.୫୫ ବିଲିୟନ ଡଲାରର ଗ୍ୟାସ୍ ଚୋରି ବାବଦରେ ରିପୋର୍ଟ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme