
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ନଭେମ୍ବର ୧ରୁ ଗ୍ରାହକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବାଧିକ ୪ ଜଣ ନୋମିନି ଯୋଡିପାରିବେ। ଏଥିରେ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ କେଉଁ ନୋମିନିକୁ କେତେ ଅଂଶ ଦେବେ ଏବଂ କେଉଁ ପ୍ରାଥମିକତାରେ ରଖିବେ ତାହା ନିର୍ଣ୍ଣୟ କରିପାରିବେ।
ସେମାନେ ଯେକୌଣସି ସମୟରେ ନାମାଙ୍କନ ବଦଳ, ଯୋଡାଇବା କିମ୍ବା ବାତିଲ କରିପାରିବେ। ଗ୍ରାହକମାନେ ଉତ୍ତରାଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରିପାରିବେ, ଯେପରି ଯଦି ପ୍ରଥମ ନାମାଙ୍କନ ଯୋଗ୍ୟ ନୁହଁନ୍ତି ତେବେ ଦ୍ବିତୀୟ, ତୃତୀୟ କିମ୍ବା ଚତୁର୍ଥ ନାମାଙ୍କନଙ୍କୁ ଅଧିକାର ମିଳିବ।
କେନ୍ଦ୍ରର କହିବା ଅନୁସାରେ, ଏହି ପରିବର୍ତ୍ତନ ବ୍ୟାଙ୍କିଙ୍ଗ ପ୍ରକ୍ରିୟାକୁ ସରଳ, ସ୍ବଛ ଏବଂ ଗ୍ରାହକମାନଙ୍କ ପାଇଁ ସୁବିଧାଜନକ କରିବ।
