Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଲନ ମସ୍କଙ୍କୁ ମିଳିବ ୧ ଲକ୍ଷ କୋଟି ଡଲାର ଦରମା

Posted on November 9, 2025

ଆମେରିକୀୟ କମ୍ପାନୀ ଟେସଲାର ମୁଖ୍ୟ ଏଲନ ମସ୍କଙ୍କ ଦରମାକୁ ନେଇ ପୁଣି ଚର୍ଚ୍ଚା । ଟେସଲାର ସେୟାର ହୋଲ୍ଡରମାନେ ଏକ ଟ୍ରିଲିୟନ ଡଲାର (ଏକ ଲକ୍ଷ କୋଟି ଡଲାର)ର ରେକର୍ଡ ଦରମା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଗୁରୁବାର ଅନୁଷ୍ଠିତ କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଏହି ଅଭୂତପୂର୍ବ ଚୁକ୍ତି ସପକ୍ଷରେ ୭୫ ପ୍ରତିଶତ ଭୋଟ୍ ମିଳିଥିଲା । ପ୍ରବଳ କରତାଳି ସହ ଅନୁମୋଦନ କରାଯାଇଛି।

ସେପଟେ ମସ୍କଙ୍କୁ ଆଗାମୀ ୧୦ ବର୍ଷ ମଧ୍ୟରେ ତାଙ୍କର କାର କମ୍ପାନୀର ବଜାର ମୂଲ୍ୟକୁ ଯଥେଷ୍ଟ ବୃଦ୍ଧି କରିବାକୁ ପଡିବ। ଏବେ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଯଦି ମସ୍କ ଟେସଲା କମ୍ପାନୀର ବଜାର ମୂଲ୍ୟ ବୃଦ୍ଧି କରନ୍ତି ଏବଂ ଅନ୍ୟାନ୍ୟ ଲକ୍ଷ୍ୟ ହାସଲ କରନ୍ତି, ତେବେ ସେ ପୁରସ୍କାର ସ୍ୱରୂପ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ନୂତନ ସେୟାର ମଧ୍ୟ ପାଇବେ।

ମସ୍କଙ୍କୁ ମିଳିବାକୁ ଥିବା ଏତେ ବଡ଼ ପ୍ୟାକେଜକୁ ସମାଲୋଚନା କରାଯାଇଛି । ଟେସଲାର ବୋର୍ଡ ଯୁକ୍ତି ଦେଇଛି ଯେ, ଯଦି ଏହା ଅନୁମୋଦନ ନ ହୁଏ ତେବେ ମସ୍କ କମ୍ପାନୀ ଛାଡିପାରନ୍ତି । କୌଣସି ପରିସ୍ଥିତିରେ କମ୍ପାନୀ ତାଙ୍କୁ ହରାଇବାକୁ ଚାହୁଁନାହିଁ । ଦରମା ସଂପର୍କରେ ଘୋଷଣା ପରେ ମସ୍କ ମଞ୍ଚ ଉପରକୁ ଆସି ନାଚିଥିଲେ । ସେ କହିଛନ୍ତି, ‘ଆମେ ଯେଉଁ ଯାତ୍ରା ଆରମ୍ଭ କରିବାକୁ ଯାଉଛୁ ତାହା କେବଳ ଟେସଲାର ଭବିଷ୍ୟତର ଏକ ନୂତନ ଅଧ୍ୟାୟ ନୁହେଁ, ଏହା ଏକ ନୂଆ ପୁସ୍ତକ।’

ମସ୍କ କହିଛନ୍ତି, ‘ଅନ୍ୟ କମ୍ପାନୀର ସେୟାରହୋଲ୍ଡରଙ୍କ ବୈଠକ ବିରକ୍ତିକର । କିନ୍ତୁ ଆମର ବୈଠକ ମଜାଦାର ।’ ଆଗାମୀ ଦଶନ୍ଧୀ ମଧ୍ୟରେ ମସ୍କ ଟେସଲାର ବଜାର ମୂଲ୍ୟ ୧.୪ ଟ୍ରିଲିୟନ ଡଲାରରୁ ୮.୫ ଟ୍ରିଲିୟନ ଡଲାରକୁ ବୃଦ୍ଧି କରିବେ । କେବଳ ଏତିକି ନୁହେଁ, ୧୦ ଲକ୍ଷ ସ୍ୱୟଂ-ଚାଳିତ ରୋବୋଟାକ୍ସି ଯାନକୁ କମର୍ସିଆଲ୍‌ ଅପରେସନ୍‌ରେ ସାମିଲ କରିବାକୁପ ପଡ଼ିବ ।

ସୂଚନାଯୋଗ୍ୟ, ଏଲନ ମସ୍କଙ୍କ ପାଖରେ ପୂର୍ବରୁ କମ୍ପାନୀର ୧୩ ପ୍ରତିଶତ ଅଂଶଧନ ରହିଛି । ଏହା ପୂର୍ବରୁ ଦୁଇ ଥର ତାଙ୍କର ଦରମା ବୃଦ୍ଧି କରାଯାଇଛି । ଏହା ପ୍ରତିବଦଳରେ ତାଙ୍କୁ କମ୍ପାନୀର ବଜାର ମୂଲ୍ୟ ୧୦ ଗୁଣ ବୃଦ୍ଧି କରିବାକୁ କୁହାଯାଇଥିଲା । ସେ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ସଫଳତା ମଧ୍ୟ ପାଇଥିଲେ । ଏବେ ତାଙ୍କର ଦରମା ବଢ଼ିଥିବା ବେଳେ ତାଙ୍କୁ ନୂଆ ଟାସ୍କ ମଧ୍ୟ ମିଳିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme