Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏବେ ‘ଆମ ସାଥି’ରେ ସରକାରୀ ସେବା, ହ୍ୱାଟ୍ସଆପ୍‌ରେ ସମସ୍ୟା ଜଣାଇପାରିବେ ଜନସାଧାରଣ

Posted on September 26, 2025

ଏଣିକି ହାତ ପାହାନ୍ତରେ ମିଳିବ ସରକାରୀ ସେବା। ହ୍ୱାଟ୍ସଆପ୍‌ରେ ସମସ୍ୟା ଜଣାଇପାରିବେ ଜନସାଧାରଣ। ମିଳିବ ସମାଧାନ ବାଟ। ‘ଆମ ସାଥି’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଲୋକାର୍ପଣ କଲେ ମୁଖ୍ୟ ଶାସନ ସଚିବ।

ଏଣିକି ଜନ୍ମ ମୃତ୍ୟୁ ପ୍ରମାଣପତ୍ର ହେଉକି ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ, ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆନ୍ତର୍ଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍‌ ଜରିଆରେ ମିଳିପାରିବ। ଲୋକଙ୍କ ହାତ ପାହାନ୍ତାରେ ସେବା ପହଞ୍ଚାଇବାକୁ ‘ଆମ ସାଥି’ ୟୁନିଫାଏଡ ହ୍ୱାଟସଆପ୍ ବଟ୍ ଲୋକାର୍ପତ ହୋଇଛି। ଲୋକମାନେ ଏବେ ୯୪୩୭୨୯୨୦୦୦ ହ୍ୱାଟସଆପ୍ ନମ୍ବରରେ ଆବେଦନ କରି ପାରିବେ। ଆବେଦନ ଠୁ ସାର୍ଟିଫିକେଟ୍ ଯାଏଁ ଏହି ନମ୍ୱର ଜରିଆରେ ସବୁ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ବିଭାଗର ୧୩୨ଟି ସେବା ପାଇଁ ଆବେଦନ କରିହେବ। ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ ସେବାଗୁଡ଼ିକୁ ସାମିଲ କରାଯିବ। ୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍ସଆପ୍‌ରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ। ଓଡ଼ିଆ ବା ଇଂରାଜୀ ଲେଖି ଜାଣି ନଥିବା ଲୋକମାନେ ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ’ ବ୍ୟବହାର କରି ନିଜର କଣ୍ଠସ୍ବର ମାଧ୍ୟମରେ ଏହି ସେବା ପାଇପାରିବେ । ମେଟା ଇଣ୍ଡିଆ ସହ ମିଶି ସାଧରଣ ପ୍ରଶାସନ ବିଭାଗ ଏହି ପଦକ୍ଷେପ ନେଇଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme