Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା: କୋର୍ଟରେ ହାଜର ହେଲେ ୪ ଅଭିଯୁକ୍ତ

Posted on October 9, 2025

ବାଲେଶ୍ବର: ବହୁ ଚର୍ଚ୍ଚିତ ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଆଜି ଶେଷଥର ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ୪ ଅଭିଯୁକ୍ତଙ୍କୁ ହାଜର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ‌ଜିଲ୍ଲା କୋର୍ଟରେ ହେବ ବୋଲି ଜଣାପଡ଼ିଛି। ଆଜି ଅପରାହ୍‌ଣ ପ୍ରାୟ ୧ଟା ବେଳେ ମୁଖ୍ୟ ଅଭିଯୁକ୍ତ କଲେଜର ତତ୍‌କାଳୀନ ସହକାରୀ ପ୍ରଫେସର ସମୀର କୁମାର ସାହୁ, ତତ୍‌କାଳୀନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ, ଏବିଭିପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଏଫ୍‌ଏମ୍‌ କଲେଜର ପୁରାତନ ଛାତ୍ର ଶୁଭ୍ରସମ୍ବିତ ନାୟକ, ଏଫ୍‌ଏମ୍‌ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତମାନେ କୋର୍ଟରେ ପ୍ରାୟ ଅଧଘଣ୍ଟା ରହିଥିଲେ। ଏହାପରେ ସେମାନଙ୍କୁ ପୁନର୍ବାର ବାଲେଶ୍ବର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା। ସରକାରୀ ଓକିଲ ବିଜୟ ଦାସ, ଅଭିଯୁକ୍ତ ଶ୍ରୀ ଘୋଷଙ୍କ ଓକିଲ ଗୁରୁପ୍ରସାଦ ବେହେରାଙ୍କ ସୂଚନା ମୁତାବକ,  ଲାଗିଥିବା ଦଫାକୁ ଦୃଷ୍ଟିରେ ରଖି ମାମଲାକୁ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ସମ୍ଭବତଃ ସପ୍ତାହକ ମଧ୍ୟରେ ଜିଲ୍ଲା କୋର୍ଟରେ ମାମଲାର ବିଚାର ଆରମ୍ଭ ହେବ।  ଅଭିଯୁକ୍ତମାନଙ୍କୁ ଏଥର ଜିଲ୍ଲା କୋର୍ଟରେ ହାଜର କରାଯିବ ବୋଲି କହିଛନ୍ତି। ଏଥିସହିତ,  କ୍ରାଇମ୍‌ବ୍ରାଞ୍ଚ ପ୍ରଦାନ କରିଥିବା ୮୪୦ ପୃଷ୍ଠାର ଦସ୍ତାବିଜ୍‌କୁ ଏସ୍‌ଡିଜେଏମ୍‌ କୋର୍ଟ ଅଭିଯୁକ୍ତମାନଙ୍କୁ ପ୍ରଦାନ କରିଛନ୍ତି। ମାମଲାରେ ଚାର୍ଜସିଟ୍‌ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ବିଚାରକୁ ଅପେକ୍ଷା କରାଯାଇଛି।  ଉଲ୍ଲେଖଯୋଗ୍ୟ,  ମୃତ ଛାତ୍ରୀଜଣଙ୍କ ଅଭିଯୁକ୍ତ ସମୀରଙ୍କ ନାମରେ ମାନସିକ ନିର୍ଯାତନା, ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଥିଲେ।  ସବୁଆଡ଼ୁ ନିରାଶ ହେବା ପରେ ଗତ ଜୁଲାଇ ୧୨ ତାରିଖରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିଥିଲେ। ସମସ୍ତ ଅଭିଯୁକ୍ତ ଏବେ ବିଚାରାଧୀନ କଏଦୀ ଭାବେ ବାଲେଶ୍ବର ଜିଲ୍ଲା କାରାଗାରରେ ରହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme