Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଥର ଅଶ୍ଳୀଳତାକୁ ନା, ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା

Posted on January 13, 2026

ଏଥର ଅଶ୍ଳୀଳତାକୁ ନା, ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା। ପୂର୍ବ ବର୍ଷମାନଙ୍କରେ ଯାତ୍ରା ମଞ୍ଚ ତଳେ ୫ହଜାର ଚୌକି ପଡ଼ୁଥିଲା, ହେଲେ ଏଥରକ ତାହାର ଅଧା ଅର୍ଥାତ ଅଢେଇହଜାର ଚୌକି ପଡ଼ିବ। ଯାତ୍ରା ପରିବେଷଣ ବେଳେ ଦର୍ଶକମାନେ ଯେପରି ବସିବା ଓ ଯାତାୟାତରେ କୌଣସି ବାଧକ ନଆସିବ ସେଦିଗରେ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ବୈଠକରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ଜୋର ଦିଆଯାଇଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରାଯିବ। ଖଣ୍ଡଗିରି ମେଳା ପୂର୍ବରୁ ସୋମବାର ୭ଟି ଯାତ୍ରା କମିଟି ଓ କମିଶନରେଟ୍ ପୁଲିସ ମଧ୍ୟରେ ବସିଥିବା ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ୭ଟି କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ମେଳା ଓ ଯାତ୍ରା ପରିବେଷଣ ବେଳେ ଉପୁଜୁଥିବା ସମସ୍ୟା ବାବଦରେ ପୁଲିସକୁ ଅବଗତ କରିଥିଲେ।

ଶୃଙ୍ଖଳିତ ଯାତ୍ରା ଉପରେ କମିଟି ସବୁବେଳେ ଗୁରୁତ୍ୱ ଦେଇଆସୁଛି। କମିଟିର ସ୍ୱେଚ୍ଛାସେବୀମାନେ ମଧ୍ୟ ବହୁତ ପରିଶ୍ରମ କରିଥାନ୍ତି। କେମିତି ଦର୍ଶକ ଆସି ଚୌକିରେ ବସିବେ, ଯାତ୍ରା ଦେଖିବେ ସେଦିଗରେ ସଚେତନ ଥାଆନ୍ତି ବୋଲି କମିଟି କର୍ମକର୍ତ୍ତାମାନେ କହିଥିଲେ । ଏଥରକ ବି ମେଳା ଶାନ୍ତି, ଶୃଙ୍ଖଳାରେ କେମିତି ହେବ, ସେଉପରେ କର୍ମକର୍ତ୍ତାମାନେ କାମ କରିବେ। ମେଳା, ଯାତ୍ରା ବେଳେ ଲୋକଙ୍କ ପାଇଁ ଆବଶ୍ୟକ ମୋବାଇଲ ଟଏଲଟ ସହ ପାର୍କିଂ ବ୍ୟବସ୍ଥା ପାଇଁ ବିଏମସି ସହ ଆଲୋଚନା ହେବ। ପୁଲିସ ବି ରାସ୍ତାରେ ପଇନ୍ତରା ମାରିବା ସହ ବିଶୃଙ୍ଖଳା ଉପରେ ନଜର ରଖିବ ।

ବଡ଼କଥା, ଯାତ୍ରା ମଞ୍ଚସ୍ଥ ହେଉଥିବା ବେଳେ କିଛି ୟୁଟୁବର ତଥା ପିଲାମାନେ ହାତରେ ମୋବାଇଲ ଧରି ନାଟକର ଦୃଶ୍ୟକୁ ଭିଡିଓ କରି ଭାଇରାଲ କରାନ୍ତି । ଫଳରେ ଯେଉଁମାନେ ନାଟକ ଦେଖିବାକୁ ଆସିବା ପାଇଁ ଇଚ୍ଛା କରିବେ, ସେମାନେ ଭିଡିଓ ଦେଖି ଘରେ ରହୁଛନ୍ତି । ତେଣୁ ଏଥରକ ଯାତ୍ରା ମଞ୍ଚ ତଳେ କମିଟିର ସଦସ୍ୟମାନେ ଏହିଦିଗ ଉପରେ ନଜର ଦେବେ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକରେ କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଖଣ୍ଡଗିରି ଥାନା ପୁଲିସ, କର୍ପୋରେଟର, ଯାତ୍ରା କମିଟି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme