
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ୨୦୨୬-୨୭ ବ୍ୟାଚ୍ ପାଇଁ ବିଭିନ୍ନ ବର୍ଗର ପ୍ରବେଶିକା ପରୀକ୍ଷା ଆବେଦନ ଫି ହ୍ରାସ କରିଛି। ଜେନେରାଲ୍, OBC ଏବଂ EWS ବର୍ଗର ଛାତ୍ରଛାତ୍ରୀଙ୍କ ଫି ୩ ହଜାର ଟଙ୍କାରୁ ୨ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ସେହିପରି SC, ST ଏବଂ PwD ପରୀକ୍ଷାର୍ଥୀଙ୍କ ଫି ୧୫୦୦ରୁ ୫୦୦ ଟଙ୍କାକୁ ହ୍ରାସ କରାଯାଇଛି।
ସୂଚନାନୁଯାୟୀ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଫ୍ୟାଶନ୍ ଡିଜାଇନ୍, ମ୍ୟାନେଜମେଣ୍ଟ ଏବଂ ଟେକ୍ନୋଲୋଜିର ବିଭିନ୍ନ UG ଏବଂ PG ପାଠ୍ୟକ୍ରମରେ ୨୦୨୬-୨୭ ବ୍ୟାଚ୍ ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଫର୍ମ ପୂରଣର ଶେଷ ତାରିଖ ଜାନୁଆରୀ ୬ ତାରିଖ ରହିଛି। ସେହିପରି ଫେବୃଆରୀ ୮ ତାରିଖରେ ପରୀକ୍ଷା ହେବ। CBT ଏବଂ ପେନ୍-ପେପର୍ ଆଧାରିତ ଏହି ଅଲ୍ ଇଣ୍ଡିଆ ପ୍ରବେଶିକା ପରୀକ୍ଷା ଦେଶର ୧୦୦ ରୁ ଅଧିକ ସହରରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ହେବ।
