Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ଅଙ୍ଗନବାଡି କେନ୍ଦ୍ର, ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Posted on December 24, 2025

ରାଜ୍ୟ ସ୍ତରୀୟ ଅଙ୍ଗନବାଡି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ରବି ନାୟକ । ଏଥିସହିତ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡି ସେଣ୍ଟର ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ। ଏହିସମୟରେ ରାଜ୍ୟରେ ୪୯୧ଟି ଅଙ୍ଗନବାଡି କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଛି। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯୧୩ ଅଙ୍ଗନବାଡି କେନ୍ଦ୍ର ଉଦ୍ଘାଟିତ ହୋଇଥିଲା। ମୋଟ ୧୪୦୪ ଅଙ୍ଗନବାଡି ଲୋକାର୍ପଣ ହୋଇଛି। ଆହୁରି ୧୦,୪୦୦ ଅଙ୍ଗନବାଡି ଗଠନ ଲକ୍ଷ୍ୟରେ ସରକାର ଅଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିପାଇଁ ସପ୍ଲିମେଣ୍ଟାରି ବଜେଟରେ ୨୦୦ କୋଟି ଦିଆଯାଇଛି। ପାଣି, ଇଲେକ୍ଟ୍ରି ସୁବିଧା ତଥା ପିଲାଙ୍କ ଖେଳିବା ପାଇଁ ଅଗଣା କରାଯିବ।

ତେବେ ଏହି କାର୍ଯ୍ୟକ୍ରମ ସମୟରେ ନୟାଗଡ଼, କଟକ, ଖୋର୍ଦ୍ଧା, ଦେଓଗଡ଼, ରାୟଗଡା, ଭଳି ଜିଲ୍ଲାର ଅଧିକାରୀ ଅନୁପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ଯୋଡି ହେବାକୁ ପୂର୍ବରୁ ବିଭାଗ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏମାନେ ଉପସ୍ଥିତ ନଥିଲେ। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ ନାରାୟଣ। ଖାଲି ଏତିକି ନୁହେଁ ଜିଲ୍ଲାର ଜିଲ୍ଲାପାଳ ଅନୁପସ୍ଥିତିକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । କହିଥିଲେ ବିକଶିତ ଓଡିଶା ପାଇଁ ସମସ୍ତଙ୍କ ସହଭାଗୀତା ଆବଶ୍ୟକତା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme