
ରାଜ୍ୟ ସ୍ତରୀୟ ଅଙ୍ଗନବାଡି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ରବି ନାୟକ । ଏଥିସହିତ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡି ସେଣ୍ଟର ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ। ଏହିସମୟରେ ରାଜ୍ୟରେ ୪୯୧ଟି ଅଙ୍ଗନବାଡି କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଛି। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯୧୩ ଅଙ୍ଗନବାଡି କେନ୍ଦ୍ର ଉଦ୍ଘାଟିତ ହୋଇଥିଲା। ମୋଟ ୧୪୦୪ ଅଙ୍ଗନବାଡି ଲୋକାର୍ପଣ ହୋଇଛି। ଆହୁରି ୧୦,୪୦୦ ଅଙ୍ଗନବାଡି ଗଠନ ଲକ୍ଷ୍ୟରେ ସରକାର ଅଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିପାଇଁ ସପ୍ଲିମେଣ୍ଟାରି ବଜେଟରେ ୨୦୦ କୋଟି ଦିଆଯାଇଛି। ପାଣି, ଇଲେକ୍ଟ୍ରି ସୁବିଧା ତଥା ପିଲାଙ୍କ ଖେଳିବା ପାଇଁ ଅଗଣା କରାଯିବ।
ତେବେ ଏହି କାର୍ଯ୍ୟକ୍ରମ ସମୟରେ ନୟାଗଡ଼, କଟକ, ଖୋର୍ଦ୍ଧା, ଦେଓଗଡ଼, ରାୟଗଡା, ଭଳି ଜିଲ୍ଲାର ଅଧିକାରୀ ଅନୁପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ଯୋଡି ହେବାକୁ ପୂର୍ବରୁ ବିଭାଗ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏମାନେ ଉପସ୍ଥିତ ନଥିଲେ। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ ନାରାୟଣ। ଖାଲି ଏତିକି ନୁହେଁ ଜିଲ୍ଲାର ଜିଲ୍ଲାପାଳ ଅନୁପସ୍ଥିତିକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । କହିଥିଲେ ବିକଶିତ ଓଡିଶା ପାଇଁ ସମସ୍ତଙ୍କ ସହଭାଗୀତା ଆବଶ୍ୟକତା ରହିଛି।
