Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇରାନୀ କାଫେରେ ତାଲା, ଶଟର୍‌ରେ ଝୁଲୁଛି ହାତଲେଖା ସୂଚନା

Posted on January 22, 2026

ଦୀର୍ଘ ଏକ ଶତାବ୍ଦୀରୁ ଉଦ୍ଧ୍ୱର୍ ସମୟ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିବା ମୁମ୍ବାଇର ଅନ୍ୟତମ ସବୁଠୁ ପ୍ରାଚୀନ କାଫେ ବି. ମେରୱାନ ଆଣ୍ଡ୍ କୋ. ସବୁଦିନ ପାଇଁ ବନ୍ଦ ହୋଇଛି । ଏହା ଏକ ଇରାନୀ କାଫେ ଓ ବେକରୀ । ସାଉଥ୍ ମୁମ୍ବାଇର ଗ୍ରାଣ୍ଟ୍ ରୋଡ୍ ରେଲୱେ ଷ୍ଟେସନ୍ ଅପରପାଶ୍ୱର୍ରେ ଅବସ୍ଥିତ ଏକ ଐତିହାସିକ ଭୋଜନାଳୟ । ୧୯୧୪ ମସିହାରେ ପ୍ରତିଷ୍ଠା ପରଠୁ ପିଢ଼ି ପରେ ପିଢ଼ି ଏହା ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ହୋଇ ରହିଥିଲା । ପ୍ରବାସୀ ଉଦ୍ୟମୀ ବୋମନ ମେରୱାନ ନଜାରାବାଦି ଏହାର ପ୍ରତିଷ୍ଠାତା । ନିକଟରେ କାଫେର ଶଟର୍ରେ ମରାଯାଇଥିବା ଏକ ହାତଲେଖା ସୂଚନା ଦେଖିବା ପରେ କାଫେ ବନ୍ଦ ହେବା କଥା ଲୋକଲୋଚନକୁ ଆସିଲା ।

ସୂଚନାରେ ଲେଖାଯାଇଥିଲା ‘ଆମେ ବନ୍ଦ ହେଲୁ । ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ ।’ ଜାନୁଆରୀ ୧, ୨୦୨୬ର ଏହି ସୂଚନାରେ ଏହା ବ୍ୟତୀତ ଆଉ କିଛି ଲେଖାନଥିଲା । କାଫେ ମାଲିକଙ୍କ ତରଫରୁ କାଫେ ବନ୍ଦ ହେବା ପଛର କାରଣ ସମ୍ପର୍କରେ କୌଣସି ଔପଚାରିକ ବିବୃତ୍ତି ଜାରି ହୋଇନାହିଁ । ଦୀର୍ଘ ଶତାବ୍ଦୀ ଧରି ବି. ମେରୱାନ୍ ଆଣ୍ଡ୍ କୋ. କେବଳ ଖାଦ୍ୟ ପାଇଁ ନୁହେଁ, ନିଜର ପୁରୁଣା ଦିନର ଆକର୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ପରିଚିତି ହାସଲ କରିଥିଲା । ମୁମ୍ବାଇର ଇରାନୀ କାଫେ ସଂସ୍କୃତିର ଏହା ଏକ ଜୀବନ୍ତ ସ୍ମାରକୀ ଥିଲା । ତେବେ ଗତ କିଛି ବର୍ଷ ହେଲା ଧୀରେ ଧୀରେ ଏହା ନିଜର ଚମକ ହରାଇଛି । ପ୍ରାତଃ ଭ୍ରମଣକାରୀ, ପାଖ-ପଡ଼ୋଶୀ ଓ ପୁରୁଣା ଗ୍ରାହକଙ୍କ ପାଇଁ ଏହା ଅତି ପରିଚିତ ଠିକଣା ଥିଲା, ଯେଉଁମାନେ ଶସ୍ତା ଜଳଖିଆ ଓ ଚା’ ସହିତ ପ୍ରତିଦିନ ପରିବର୍ତ୍ତିତ ସହରରେ ଦୈନନ୍ଦିନ ଜୀବନର ସ୍ୱାଦ ପାଇବା ପାଇଁ ସବୁଦିନ ଏଠାକୁ ଆସୁଥିଲେ । ଅତି ସରଳ କିନ୍ତୁ ସ୍ମରଣୀୟ ବ୍ୟଞ୍ଜନ ପାଇଁ ଏହା ଲୋକପ୍ରିୟତା ପାଇଥିଲା । କଡ଼ା ଇରାନୀ ଚା’ ସହିତ ପରସା ଯାଉଥିବା ବନ୍ ମାସ୍କା ପାଇଁ ଏ କାଫେ ପ୍ରସିଦ୍ଧ ଥିଲା । ମାୱା କେକ୍ ବି ଏହାର ଅନ୍ୟତମ ପରିଚୟ ଥିଲା, ଯାହା ସକାଳେ ସବୁଠୁ ଶୀଘ୍ର ସରିଯାଉଥିଲା ।

କାଫେରେ ପ୍ରସ୍ତୁତ ଗ୍ରାହକଙ୍କ ପ୍ରିୟ ଖାଦ୍ୟ ମଧ୍ୟରେ ମାୱା ସମୋସା, ଜାମ୍ ପଫ୍, ଖାରି ବିସ୍କୁଟ୍ ଓ ସାଧାରଣ ଅଣ୍ଡା ବ୍ୟଞ୍ଜନ ଅନ୍ୟତମ । ଏଭଳି ସରଳ ବ୍ୟଞ୍ଜନ ପାଇଁ ଏହା ଗ୍ରାହକଙ୍କର ଏକ ଭରସାଯୋଗ୍ୟ ଦୈନନ୍ଦିନ ଭୋଜନାଳୟ ଭାବେ ନିଜର ସମ୍ମାନ ବଜାୟ ରଖିଥିଲା । କାଫେ ବନ୍ଦ ହେବାର ଖବର ଏହାର ନିୟମିତ ଗ୍ରାହକ ଓ ଖାଦ୍ୟପ୍ରେମୀଙ୍କୁ ଦୁଃଖୀ କରିଛି । ଦିନ ଥିଲା, ସମଗ୍ର ମୁମ୍ବାଇରେ କାୟା ବିସ୍ତାର କରିଥିଲା ଇରାନୀ କାଫେ । ଉନବିଂଶ ଶତାବ୍ଦୀ ଶେଷ ଭାଗ ଓ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଜୋରୋଆଷ୍ଟ୍ରିଆନ୍ ଇରାନୀ ପ୍ରବାସୀମାନେ ଶତାଧିକ କାଫେ ପ୍ରତିଷ୍ଠା କରିଥିଲେ । କିନ୍ତୁ ମୂଲ୍ୟ ବୃଦ୍ଧି ଓ ସହରୀ ଢାଞ୍ଚା ଯୋଗୁ ଏଗୁଡ଼ିକର ସଂଖ୍ୟା କମିଲା । ଏଥିସହିତ ବଳକା କାଫେ ସହରର ପାକ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme