Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇନ୍ଦୋରରେ ହେବ ନିର୍ଣ୍ଣାୟକ ଲଢ଼େଇ: କାହା ହାତକୁ ଯିବ ସିରିଜ?

Posted on January 18, 2026

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ଦିନିକିଆ ଶୃଙ୍ଖଳା ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଆଜି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସଦୃଶ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍‌କୁ ଉଭୟ ଦଳ ୧-୧ରେ ଜିତି ବରାବର ସ୍ଥିତିରେ ଥିବାରୁ, ଆଜିର ବିଜେତା ହିଁ ସିରିଜ୍‌ କବ୍‌ଜା କରିବ।
ଭାରତୀୟ ବ୍ୟାଟିଂ ବିଭାଗ ଉପରେ ସମସ୍ତଙ୍କ ନଜର ରହିଛି। ବିରାଟ କୋହଲି ଏବଂ ରୋହିତ ଶର୍ମା ଚମତ୍କାର ଫର୍ମରେ ଥିଲେ ହେଁ ଦ୍ୱିତୀୟ ମ୍ୟାଚରେ ଶସ୍ତାରେ ଆଉଟ୍ ହୋଇ ନିରାଶ କରିଥିଲେ। ତେବେ ଅଧିନାୟକ ଶୁବମନ ଗିଲଙ୍କ ଅର୍ଦ୍ଧଶତକ ଏବଂ ଅଭିଜ୍ଞ କେ.ଏଲ୍. ରାହୁଲଙ୍କ ଦମଦାର ଶତକ ଟିମ୍ ଇଣ୍ଡିଆ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଅନ୍ୟପଟେ, ବୋଲିଂ ବିଭାଗରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗତ ମ୍ୟାଚରେ ଷଷ୍ଠ ବୋଲରଙ୍କ ଅଭାବ ଅନୁଭବ ହୋଇଥିବା ବେଳେ ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଅର୍ଶଦୀପ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ରହିଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ୍ ଫର୍ମରେ ଥିବାରୁ ଭାରତୀୟ ବୋଲରଙ୍କ ପାଇଁ ସେ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି। ତେବେ ପରିସଂଖ୍ୟାନ କହୁଛି ଯେ ଇନ୍ଦୋରର ହୋଲକର ଷ୍ଟାଡିୟମ ଭାରତ ପାଇଁ ଅତି ଭାଗ୍ୟଶାଳୀ। ୨୦୦୬ରୁ ଏପର୍ଯ୍ୟନ୍ତ ଏଠାରେ ଭାରତ ୭ଟି ମ୍ୟାଚ୍ ଖେଳି ସମସ୍ତ ମ୍ୟାଚରେ ବିଜୟୀ ହୋଇଛି। ରେକର୍ଡ ଅନୁଯାୟୀ ଏଠାରେ ଭାରତର ସଫଳତା ହାର ୭-୦ ରହିଛି। ୨୦୨୩ରେ ଅଷ୍ଟ୍ରେଲିଆକୁ ଏହି ମୈଦାନରେ ୯୯ ରନରେ ପରାସ୍ତ କରିଥିବା ଭାରତ, ଆଜି ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme