Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇତିହାସ ରଚିଲେ କବିତା ଚାନ୍ଦ, ଭାରତ ପାଇଁ ଆଣିଲେ ଗୌରବ

Posted on December 16, 2025

ଉତ୍ତରାଖଣ୍ଡର ଅଲମୋରା ବାସିନ୍ଦା କବିତା ଚାନ୍ଦ ଭାରତର ପର୍ବତାରୋହଣ ରେକର୍ଡରେ ସଫଳତାପୂର୍ବକ ନିଜ ନାଁ ସାମିଲ କରିଛନ୍ତି । କବିତା ଗତ ୧୨ ତାରିଖ ସ୍ଥାନୀୟ ସମୟ ରାତି ୮.୩୦ରେ ଆଣ୍ଟାର୍କଟିକାର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍ ଭିନସନ ଆରୋହଣ କରିଛନ୍ତି । ୪,୮୯୨ ମିଟର ଉଚ୍ଚତାବିଶିଷ୍ଟ ଏହି ପର୍ବତ ଶିଖରରେ ପହଞ୍ଚିବାର ଉପଲବ୍ଧି ତାଙ୍କର ସମ୍ମାନାସ୍ପଦ ୭ ଶିଖର ଆରୋହଣ ଚାଲେଞ୍ଜ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି ।

ବର୍ତ୍ତମାନ ମୁମ୍ବାଇରେ ଅବସ୍ଥାପିତ ୪୦ ବର୍ଷୀୟା କବିତାଙ୍କର ଏହି ସଫଳତା ପାଇଁ ତାଙ୍କ ପାଖକୁ ନିଜ ରାଜ୍ୟ ତଥା ସମଗ୍ର ଦେଶରୁ ଅଭିନନ୍ଦନର ସୁଅ ଛୁଟୁଛି । ଉତ୍ତରାଖଣ୍ଡର ପାହାଡ଼ରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ବିଶ୍ୱର ଅନ୍ୟତମ ସବୁଠୁ ଦୂର ଓ ଏକାନ୍ତ ଶୃଙ୍ଗ ବିଜୟର ଗୌରବମୟ ମୁହୂର୍ତ୍ତକୁ ଦର୍ଶାଇଛି । ବିଶ୍ୱର ୭ ସର୍ବୋଚ୍ଚ ଶିଖର ଆରୋହଣ ଚାଲେଞ୍ଜ୍ ପୂରଣ କରିବା ଦିଗରେ ଏହା ତାଙ୍କର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ପୂର୍ବରୁ ସେ ମାଉଣ୍ଟ୍ ଏଲବ୍ରଶ୍ ଆରୋହଣ କରିଥିଲେ । ବିଶ୍ୱର ଅନ୍ୟତମ ନିଷ୍ଠୁର ପର୍ବତମାଳା ଭାବେ ପରିଚିତ ମାଉଣ୍ଟ୍ ଭିନସନ ନିଜର ନିଃସଙ୍ଗତା, ବିଯୁକ୍ତ ତାପମାତ୍ରା ଏବଂ ଅପ୍ରତ୍ୟାଶିତ ଆଣ୍ଟାର୍କଟିକ୍ ଜଳବାୟୁ ଯୋଗୁ ଚରମ ଆହ୍ୱାନ ହୋଇଥାଏ ।

ଚଳିତ ମାସ ୩ ତାରିଖରେ କବିତାଙ୍କ ମାଉଣ୍ଟ୍ ଭିନସନ ଅଭିଯାନ ଆରମ୍ଭ ହୋଇଥିଲା । ଡିସେମ୍ବର ୪ରେ ସେ ପୁନତାର ଆରେନାଜରେ ପହଞ୍ଚିଥିଲେ ଏବଂ ୭ ତାରିଖରେ ୟୁନିୟନ୍ ଗ୍ଲେସିୟରକୁ ବିମାନ ଯାତ୍ରା କରିଥିଲେ । ପରଦିନ ୪୦ ମିନିଟର ଉଡ଼ାଣ ପରେ ୨,୧୦୦ ମିଟର ଉଚ୍ଚରେ ଅବସ୍ଥିତ ଭିନସନ ବେସ୍ କ୍ୟାମ୍ପ୍ରେ ପହଞ୍ଚିଥିଲେ । ଭିନସନ ଶିଖରରେ ପହଞ୍ଚି କବିତା ଜାତୀୟ ପତାକା ଉଡ଼ାଇଛନ୍ତି, ଯାହା ଦେଶ ପାଇଁ ଓ ତାଙ୍କ ପାଇଁ ଅବର୍ଣ୍ଣନୀୟ ସମ୍ମାନ । ପର୍ବତାରୋହଣ ସହିତ କବିତା ଜଣେ ଧାବିକା ମଧ୍ୟ । ସେ ଦିଲ୍ଲୀ ଓ ମୁମ୍ବାଇ ହାଇରକ୍ସ-୨୦୨୫ ମାରାଥନ୍ ଜିତିଛନ୍ତି । ଫିଟନେସ୍ ଉପରେ ପୂର୍ଣ୍ଣକାଳୀନ ଧ୍ୟାନ ଦେବା ଲାଗି କବିତା ୨୦୨୪ରେ ମଣମାଧ୍ୟମରେ ଚାକିରି ଛାଡ଼ିଥିଲେ, ଯାହା ତାଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ନିଷ୍ପତ୍ତି ଥିଲା ବୋଲି ସେ କହନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme