Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା DGCA

Posted on December 7, 2025

ଇଣ୍ଡିଗୋ ସିଇଓଙ୍କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ । ଡ୍ୟୁଟିରେ ଖିଲାପ ଥିବା ସୋକଜ୍ ନୋଟିସରେ ଦର୍ଶାଯାଇଛି । କାରଣ ଦର୍ଶାଅ ନୋଟିସ୍ ରେ କୁହାଯାଇଛି, ଯେ ସିଇଓ ପିଟର ଏଲବର୍ସ ବିମାନ ସେବାକୁ ସୁଚାରୁରୂପେ ପରିଚାଳନା କରିବା ଓ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ସୁବିଧା ନିଶ୍ଚିତ କରିବାରେ “ନିଜ କର୍ତ୍ତବ୍ୟରେ ବିଫଳ”ହୋଇଛନ୍ତି । ଏହା ଉଚ୍ଚସ୍ତରୀୟ ପରିଚାଳନାରେ ଥିବା ଅବହେଳାକୁ ଦର୍ଶାଉଛି । କିଛି ଦିନ ଧରି ଲଗାତାର ବିମାନ ବାତିଲ , ଯାତ୍ରୀଙ୍କ ଅଭିଯୋଗ ଓ ସରକାରଙ୍କ ଟଙ୍କା ଫେରସ୍ତ ନିର୍ଦ୍ଦେଶ ପରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ଇଣ୍ଡିଗୋ ସିଇଓ ଏଲବର୍ସଙ୍କୁ ସୋକଜ ନୋଟିସର ଜବାବ ଦେବାକୁ ପଡିବ। ୨୪ ଘଣ୍ଟା ମଧ୍ୟରେ ଜବାବ ଦେବାକୁ କୁହାଯାଇଛି । ​ଯଦି ଉତ୍ତର ସନ୍ତୋଷଜନକ ନହୁଏ, ତେବେ ଜରିମାନା କିମ୍ବା ଅନ୍ୟା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । DGCA ର ଏକ ଚାରି ଜଣିଆ କମିଟି ସଙ୍କଟର ସ୍ୱତନ୍ତ୍ର ତଦନ୍ତ କରୁଛି । ଏଥିସହ ଆଜି ଇଣ୍ଡିଗୋ ୧୫୦୦ ରୁ ଅଧିକ ବିମାନ ଚଳାଚଳ କରିବ । ଏହାରି ମଧ୍ୟରେ ଇଣ୍ଡିଗୋ ସ୍ପଷ୍ଟ କରି କହିଛି ଯେ, ଏହାର ୧୩୮ ଟି ସ୍ଥାନରୁ ୧୩୫ ଟି ସ୍ଥାନକୁ ଉଡ଼ାଣ ପୁଣି ଆରମ୍ଭ କରିଛି ।

ଇଣ୍ଡିଗୋ ପକ୍ଷରୁ FDTL କାର୍ଯ୍ୟକାରୀ କରିବାରେ ତ୍ରୁଟିପୂର୍ଣ୍ଣ ଯୋଜନା ଯୋଗୁଁ ବ୍ୟାପକ ବିମାନ ବାତିଲ ଓ ବିଭ୍ରାଟ ଦେଖାଦେଇଛି । କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହି ହନ୍ତସନ୍ତ ହେଉଛନ୍ତି । ଆଜି ୬ ଦିନରେ ପହଞ୍ଚିଛି ଇଣ୍ଡିଗୋ ସଂକଟ । ପ୍ରତିଦିନ ଶହଶହ ବିମାନ ବାତିଲ ହେଉଛି । ଅନ୍ୟପଟେ ଆଜି ରାତି ୮ଟା ସୁଦ୍ଧା ଯାତ୍ରୀଙ୍କ ଟଙ୍କା ଫେରସ୍ତ ପାଇଁ ଗତକାଲି ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme