
ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ବିମାନ ବାତିଲ ଏବଂ ଉଡ଼ାଣରେ ବିଳମ୍ବ ଯୋଗୁ ଏକାଧିକ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ମଧ୍ୟ ଅନେକ ବିମାନ ବାତିଲ ହୋଇଛି, ଯେଉଁଥିରେ ଗତକାଲି ବାତିଲ ହୋଇଥିବା ୧୬ଟି ବିମାନ ମଧ୍ୟରେ ରହିଛି।
ବିଶେଷ କରି ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀମାନେ ଅଧିକ ହଇରାଣ ହରକତ ହେଉଥିବା ଜଣାପଡ଼ିଛି। ଯାତ୍ରୀଙ୍କୁ ବିମାନ ଯାତ୍ରା ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳୁନଥିବାରୁ ସେମାନେ ଦୀର୍ଘ ସମୟ ଧରି ଏୟାରପୋର୍ଟରେ ଫସି ରହୁଛନ୍ତି। ଉପଯୁକ୍ତ ସୂଚନା ଏବଂ ସମାଧାନର ଅଭାବ ଯୋଗୁଁ ଯାତ୍ରୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।
