Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତିରେ ସୁଧାର

Posted on December 11, 2025

ବିଗତ କିଛି ଦିନ ଧରି ଅବ୍ୟବସ୍ଥା ହୋଇପଡିଥିବା ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ବିମାନ ଚଳାଚଳ ପୁଣିଥରେ ନିଜର ପୁରୁଣା ଧାରାକୁ ଫେରୁଥିବା ଦେଖିବାକୁ ମିଳିଛି । ଏୟାରଲାଇନ୍ସର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ପରିଚାଳନାରେ ବଡ଼ ଧରଣର ସୁଧାର ଆସିଛି । ଡିସେମ୍ବର ୮ ତାରିଖରୁ ନେଟୱାର୍କର ସମସ୍ତ ୧୩୮ଟି ଗନ୍ତବ୍ୟସ୍ଥଳ ପୁଣିଥରେ ସମ୍ପୂର୍ଣ୍ଣ ରୂପେ ଯୋଡି ହୋଇଯାଇଛି ଏବଂ ଡିସେମ୍ବର ୯ରୁ ଇଣ୍ଡିଗୋର ବିମାନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥିର ରହିଛି । ସବୁଠାରୁ ଆଶ୍ୱସ୍ତିର ବିଷୟ ହେଲା, ବିଗତ ତିନି ଦିନ ମଧ୍ୟରେ ଗୋଟିଏ ବି ‘ସେମ୍-ଡେ କ୍ୟାନସଲେସନ୍’ ବା ଯାତ୍ରା ଦିନରେ ବିମାନ ବାତିଲ ହୋଇନାହିଁ । କେବଳ ପାଣିପାଗ କିମ୍ବା ବୈଷୟିକ ତ୍ରୁଟି ଭଳି ମାମୁଲି କାରଣକୁ ଛାଡିଦେଲେ, ବିମାନଗୁଡିକର ‘ଅନ୍-ଟାଇମ୍ ପରଫର୍ମାନ୍ସ’ ବା ଠିକ୍ ସମୟରେ ଉଡାଣ ଭରିବା ପ୍ରକ୍ରିୟା ପୁଣିଥରେ ସୁଧୁରି ଯାଇଛି ।

ତଥ୍ୟ ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନରେ ପ୍ରତିଦିନ ଉଡାଣ ସଂଖ୍ୟା ବୃଦ୍ଧି ପାଉଛି । ୮ ଡିସେମ୍ବରରେ ୧୭୦୦ରୁ ଅଧିକ ବିମାନ ଉଡାଣ ଭରିଥିବାବେଳେ ମାତ୍ର ଗୋଟିଏ ବାତିଲ ହୋଇଥିଲା । ସେହିପରି ୯ ଡିସେମ୍ବରରେ ୧୮୦୦ରୁ ଅଧିକ ବିମାନ ଚଳାଚଳ କରିଥିଲା ଏବଂ ଗୋଟିଏ ବି ବାତିଲ ହୋଇନଥିଲା । ଗୁରୁବାର ଦିନ ୧,୯୫୦ରୁ ଅଧିକ ବିମାନ ଚଳାଚଳ କରିବାର ଆଶା କରାଯାଉଛି, ଯାହା ଫଳରେ ପ୍ରାୟ ୩ ଲକ୍ଷ ଯାତ୍ରୀ ସୁରୁଖୁରୁରେ ଯାତ୍ରା କରିପାରିବେ । ତେବେ ଏହି ସଙ୍କଟ ସମୟରେ ବିମାନ ଚଳାଚଳ ସୁରକ୍ଷା ନିୟାମକ ଡିଜିସିଏ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିକଟରେ ହୋଇଥିବା ପରିଚାଳନାଗତ ବାଧାବିଘ୍ନ ଉପରେ ତଥ୍ୟ ଏବଂ ସଦ୍ୟତମ ସୂଚନା ସହ ଏକ ବ୍ୟାପକ ରିପୋର୍ଟ ଦାଖଲ କରିବାକୁ ଡିଜିସିଏ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ ତଲବ କରିଛନ୍ତି ।

ପ୍ରକାଶ ଥାଉ କି, ଗତ ବୁଧବାର ଦିନ ଇଣ୍ଡିଗୋ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ପ୍ରମୁଖ ବିମାନବନ୍ଦରରୁ ୨୨୦ଟି ବିମାନ ବାତିଲ କରିଥିଲା, ଯେଉଁଥିରେ ଦିଲ୍ଲୀରେ ସର୍ବାଧିକ ୧୩୭ଟି ବିମାନ ବାତିଲ ହୋଇଥିଲା । ଏହି ଘଟଣା ପରେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା ୧୦ ଦିନରେ ପ୍ରଥମ ଥର ପାଇଁ ମୁହଁ ଖୋଲି ବିମାନବନ୍ଦରରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଏହି ବ୍ୟାପକ ବ୍ୟବଧାନ ପାଇଁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅପ୍ରତ୍ୟାଶିତ ଘଟଣାକୁ ଦାୟୀ କରିଛନ୍ତି । ବର୍ତ୍ତମାନ କମ୍ପାନି ଅଧିକାରୀମାନଙ୍କ ସହ ମିଶି ପରିସ୍ଥିତିକୁ ସ୍ୱାଭାବିକ କରିବା ସହ ସୁରକ୍ଷା ଓ ଯାତ୍ରୀ ସେବା ଉପରେ ଗୁରୁତ୍ୱ ଦେଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme