Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇଡି ଚଢ଼ଉ ଘଟଣା, ଲିଜ୍‌ଧାରୀଙ୍କୁ ଧମକାଇ ହାତେଇଥିଲେ ଲାଇସେନ୍ସ 

Posted on January 20, 2026

 ଗଞ୍ଜାମରେ ବାଲି ମାଫିଆଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଝା ମାରିବା ପରେ ଦିନକୁ ଦିନ ନୂଆ କଥା ସମ୍ନାକୁ ଆସୁଛି । ତଦନ୍ତ ସମୟରେ ଇଡି ଜାଣିବାକୁ ପାଇଛି, ଯେଉଁମାନେ ଲଘୁ ଖଣିଜର ଲାଇସେନ୍ସ ପାଉଥିଲେ ସେମାନଙ୍କୁ ଧମକ ଦେଇ ମାଫିଆମାନେ ଲାଇସେନ୍ସ ହାତେଇ ନେଉଥିଲେ। ଆଉ ବେଆଇନ ଭାବେ ବାଲି ଓ ପଥର ଖନନ କରୁଥିଲେ। ମାଫିଆମାନେ କୋଟିପତି ହେଉଥିଲେ ଏବଂ ଲିଜ୍‌ଧାରୀ ଅଳ୍ପ କିଛି ଟଙ୍କା ନେଇ ଚୁପ୍‌ ବସୁଥିଲେ । 

ଚଢ଼ଉ ସମୟରେ କେତେକ ବାଲି ଓ ପଥର ଖଣିର ଲାଇସେନ୍ସ ଇଡି ହାତରେ ଲାଗିଥିଲା । ସେମାନଙ୍କୁ ପଚରାଉକରା କରାଯାଇଥିଲା । କେତେକ କହିଥିଲେ, ଆମ ନାଁରେ ଲାଇସେନ୍ସ ନେଇ ସେମାନେ ବାଲିଘାଟ ଚଳାଉଛନ୍ତି । ଆଉ କିଛି ଇଡିକୁ କହିଥିଲେ ଆମେ ବାଲି ଖନନ କରୁଥିଲୁ । ହେଲେ ସେମାନେ ପୁଲିସ୍‌ ଓ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରି ବିଭିନ୍ନ ସମସ୍ୟାରେ ପକାଇଥିଲେ । ଏମିତି ମାଫିଆମାନେ ବିଭିନ୍ନ ପ୍ରକାର ଧମକ ଦେଇଥିଲେ । ଏସବୁ ଧମକକୁ ଡରି ଲାଇସେନ୍ସଧାରୀମାନେ ମାଫିଆକୁ ସବୁ ହସ୍ତାନ୍ତର କରି ଦେଉଥିଲେ । ସବୁଠାରୁ ବଡ଼ କଥା ହେଲା, ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ମାଫିଆମାନଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ କେତେକ ବାଲି ମାଫିଆଙ୍କୁ ପରଚାଉଚରା ପାଇଁ ଇଡି ନୋଟିସ୍‌ କରିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme