Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆହୁରି ବଢ଼ିବ ଥଣ୍ଡା, ରାତିରେ ଖସିବ ପାରଦ

Posted on December 10, 2025

ବୁଧବାରଠାରୁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା । କିଛି ସ୍ଥାନରେ ରାତି ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେବ । ୧୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିପାରେ । ଥଣ୍ଡାକୁ ନେଇ ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ୧୨ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରି ଜାରି ରହିବ ବୋଲି କୁହାଯାଇଛି । ୧୦ ଓ ୧୧ ତାରିଖରେ ଝାରସୁଗୁଡ଼ା, ଅନୁଗୁଳ , ସୁନ୍ଦରଗଡ଼ , ସୋନପୁର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଶୀତ ଲହରି ବହିପାରେ ।

ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କନ୍ଧମାଳ ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି । ୧୧ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ବା ଏହାଠାରୁ କମ୍‌ ରେକର୍ଡ ହୋଇଛି । ୪.୮ ଡିଗ୍ରୀ ତାପମାତ୍ରା ସହିତ ଜି ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ସେମିଳିଗୁଡ଼ାରେ ୬.୨, ଫୁଲବାଣୀରେ ୬.୮, ଚିପିଲିମାରେ ୭.୩, ରାଉରକେଲାରେ ୭.୬, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ାରେ ୮, ଅନୁଗୁଳ ଓ ଭବାନୀପାଟଣାରେ ୯, କିରେଇରେ ୯.୩, କୋରାପୁଟ ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫.୬ ଡିଗ୍ରୀ କମ୍‌ ରହିଥିଲା । ଭୋର୍‌ରୁ ଏଠାରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି । ଡିସେମ୍ବର ୧ ତାରିଖରେ ଏଠାରେ ପାରଦ ୧୪ ଡିଗ୍ରୀ ଥିବା ବେଳେ ୮ ତାରିଖରେ ପ୍ରାୟ ୪ ଡିଗ୍ରୀ ଖସି ୧୦ ଡିଗ୍ରୀରେ ପହଞ୍ଚିଥିଲା । ୯ ତାରିଖରେ ଏଠାରେ ୯.୬ ଡିଗ୍ରୀ ରେକର୍ଡ ହୋଇଥିଲା । ଭବାନୀପାଟଣାରେ ୩, କୋରାପୁଟରେ ୨.୭, ହୀରାକୁଦରେ ସ୍ୱାଭାବିକଠାରୁ ୨.୫ ଡିଗ୍ରୀ, ଫୁଲବାଣୀରେ ୨.୪, କଟକରେ ୨ ଓ ସୁନ୍ଦରଗଡ଼ରେ ସ୍ୱାଭାବିକଠାରୁ ୧.୨ ଡିଗ୍ରୀ କମ୍‌ ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme