Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଲୋକୀକରଣ ହେବ ଶ୍ରୀମନ୍ଦିର, ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ

Posted on November 27, 2025

ଶ୍ରୀମନ୍ଦିର ଆଲୋକୀକରଣ ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ। ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ପ୍ରସ୍ତୁତ କରିଥିବା ଡିପିଆର୍‌କୁ ମୋହର ମାରିଛି ପରିଚାଳନା କମିଟି। ସରକାର ବଦଳିବା ପରେ ପରେ ଶ୍ରୀମନ୍ଦିର ଚାରିପାଖେ ଲାଗିଥିବା ଫୋକସ୍‌ ଲାଇଟ୍‌ ଠିକା ସଂସ୍ଥା ଖୋଲିଦେଇଥିଲା। ଏହାପରେ ଶ୍ରୀମନ୍ଦିର ହଠାତ୍‌ ଅନ୍ଧାର ହୋଇ ପଡ଼ିଥିଲା ଓ ଲାଇଟ୍ ଲଗାଯିବା ପ୍ରସଙ୍ଗକୁ ନେଇ ବିବାଦ ଉତ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଠିକାସଂସ୍ଥା ଏହାକୁ ଲଗାଇଥିଲା।

ଶ୍ରୀମନ୍ଦିର ପ୍ରଶାସନ ବା ସରକାର ଟଙ୍କାଟିଏ ଖର୍ଚ୍ଚ କରିନଥିବା ଦର୍ଶାଇଥିଲେ। ଘଟଣାର ତଦନ୍ତ ହେବା ସହ ଠିକାସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ଅଧିକ ଖୋଳତାଡ଼ରୁ ଏଭଳି ଚିତ୍ର ପଦାକୁ ଆସିବାରୁ କର୍ତ୍ତୃପକ୍ଷ ଆଉ ତନାଘନା କରିନଥିଲେ। ଓଲଟା ଶ୍ରୀମନ୍ଦିର ପ୍ରଶାସନ ଠିକାସଂସ୍ଥା ଜରିଆରେ ଅଳ୍ପ ଲାଇଟ୍‌ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିଥିଲା। ଏବେ ଶ୍ରୀମନ୍ଦିର ପରିସର ସହ ଫୋକସ୍‌ ଲାଇଟ୍‌ ସ୍ଥାୟୀ ଭାବରେ ଲଗାଇବାକୁ  ନିଷ୍ପତ୍ତି ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ଏଏସ୍‌ଆଇ ଶ୍ରୀମନ୍ଦିର ଭିତରେ ‘ଫେକ୍‌ଡ ଇଲୁମିନେସନ୍‌ ପ୍ରୋଜେକ୍ଟ’ ପ୍ରସ୍ତୁତି କରିଥିଲା। ଏଥିରେ ଅଁଳାବେଢ଼ାଠାରୁ ଆରମ୍ଭ କରି ମେଘନାଦ ପା‌ଚେରି ଝଲସୁଥିଲା। ଦାମୀ ଥ୍ରି-ଡି ଲାଇଟ୍‌ ସଂଯୋଗ କରାଯାଇଥିଲା। ଏଥିପାଇଁ ଦେଢ଼କୋଟି ବ୍ୟୟବରାଦ ହୋଇଥିଲା। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍‌କୋସ୍‌’କୁ ଏହି କାମର ଠିକା ଦିଆଯାଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (905)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme