Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆରମ୍ଭ ହେଲା ପକ୍ଷୀ ଗଣନା, ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ

Posted on January 18, 2026

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା। ଚିଲିକା ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକ୍ଷକ ଅମ୍ଳାନ ନାୟକଙ୍କ ନେତୃତ୍ବରେ ୫ ଟି ରେଞ୍ଜ ଅଧିନସ୍ଥ ପକ୍ଷୀ ଗଣନା ଚାଲିଛି। ଚିଲିକା ଡିଭିଜନ ଅଧିନସ୍ଥ ବାଲୁଗାଁ ରେଞ୍ଜ ଅଧିନ ନଳବଣ ୪ ଟି ଓ ପାରିକୁଦ ଗଡ଼ ୧, ନୂଆପଡା ୧,ସାତପଡ଼ା ୩, ଟାଙ୍ଗୀ ୫ ଓ ଅନ୍ୟାନ୍ୟ ରେଞ୍ଜରେ ଗଣନାକାରୀ ଟିମଙ୍କ ସହ ବନବିଭାଗ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସହ ପକ୍ଷୀ ବିଷାରଦ ,ବନ ସୁରକ୍ଷା ସମିତି ପ୍ରମୁଖଙ୍କୁ ପକ୍ଷୀ ଗଣନାରେ ନିୟୋଜିତ କରାଯାଇଥିବା ବେଳେ ବାଇନାକୁଲାର ମାଧ୍ୟମରେ ପକ୍ଷୀ ଗଣନା ହୋଇଥିଲା। ନୀଳ ଜଳରାଶି ଚିଲିକାର ଶୋଭାବର୍ଦ୍ଦନ କରୁଥିବା ପ୍ରବାସୀ ଅତିଥି ପକ୍ଷୀଙ୍କୁ ନେଇ ଉତ୍ସାହ ଦେଖାଦେଇଛି। ଚିଲିକାରେ ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସକାଳ ୬ଟାରୁ ଅପରାହ୍ଣ ୧ ଘଟିକା ଯାଏଁ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୨ଟି ଟିମ ପକ୍ଷୀ ଗଣନା କରିବେ । ପ୍ରତି ଟିମ୍ରେ ଜଣେ ପକ୍ଷୀ ବିଶାରଦ ଏବଂ ୩ରୁ ୫ ଜଣ ଗଣନାକାରୀ ରହିବେ । ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡ଼ିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟମାନେ ସାମିଲ ହୋଇଛନ୍ତି । ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ନିଷେଧ କରାଯାଇଛି।

ସେହିପରି ଚିଲିକାରେ ଡଲ୍ଫିନ ଗଣନା ୨୦ ତାରିଖରେ ହେବ । ଏହି ଗଣନା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୧୯ରେ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ଦିଆଯିବ । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ ବୋଲି ଡିଏଫ୍ଓ ଜଣାଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ
  • ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି
  • ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ, ବାରାଣସୀ-ଅଯୋଧ୍ୟା ପଣ୍ଡିତଙ୍କ ଦ୍ୱାରା ସ୍ଥାପିତ
  • ପୁଣି ଉପରମୁହାଁ ବାୟୁ ପ୍ରଦୂଷଣ, ଗ୍ରାପ୍‌-୪ ଲାଗୁ, ସମସ୍ତ ନିର୍ମାଣ କାମ ବନ୍ଦ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,514)
  • ସ୍ପେଶାଲ୍ ରିପୋର୍ଟ (266)
©2026 JBR Samachar | Design: Newspaperly WordPress Theme