
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ଆନ୍ଦୋଳନ ଜୋର୍ ଧରିଛି। ୱାଶିଂଟନ ଡିସିରେ ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଗାଦିରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି।
ଗତ କିଛି ମାସ ଧରି ଚାଲିଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଏକ ବିଶାଳ ରୂପ ନେଇଛି। ପ୍ରଦର୍ଶନକାରୀମାନେ ମହାଭିଯୋଗ ପ୍ରସ୍ତାବ (Impeachment) ମାଧ୍ୟମରେ ଟ୍ରମ୍ପଙ୍କୁ ହଟାଇବା ପାଇଁ ଜୋରଦାର ଦାବି କରୁଛନ୍ତି।
ଏହି ଆନ୍ଦୋଳନଟି ‘ରିମୁଭ୍ ଦି ରିଜାଇମ୍’ (Remove the Regime) ବ୍ୟାନରରେ କରାଯାଇଛି। ଆମେରିକା ପ୍ରତିନିଧି ସଭା ସଦସ୍ୟ ଅଲ ଗ୍ରୀନ ଏବଂ ପୂର୍ବତନ ପୋଲିସ ଅଧିକାରୀ ମାଇକେଲ ଫାନୋନ ଏହାର ନେତୃତ୍ୱ ନେଉଛନ୍ତି। ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ତାଙ୍କ ନୀତିକୁ ବିଭିନ୍ନ ସ୍ତରରେ କରାଯାଉଥିବା ସମାଲୋଚନା ହିଁ ଏହି ଆନ୍ଦୋଳନର ମୁଖ୍ୟ କାରଣ।

