Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆମେରିକାକୁ ତୈଳ ବିକ୍ରି କରିବ ଭେନେଜୁଏଲା

Posted on January 7, 2026

ଭେନେଜୁଏଲା ଦଖଲ ପରେ ତୈଳ ଭଣ୍ଡାର କବ୍‌ଜା କଲା ଆମେରିକା । ଭେନେଜୁଏଲା ଉପରେ ଏୟାରଷ୍ଟ୍ରାଇକ୍ ଓ ନିକୋଲସ୍ ମାଦୁରୋଙ୍କୁ ବନ୍ଦୀ କରିବା ପରେ ଆମେରିକା ରାଷ୍ଟ୍ରରତି ଡୋନାଲ଼୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ସେ ଦାବି କରିଛନ୍ତି କି, ଭେନେଜୁଏଲା ଅନ୍ତରୀଣ ସରକାର ଆମେରିକାକୁ ୩୦ରୁ ୫୦ କୋଟି ବ୍ୟାରେଲ ତୈଳ ଦେବେ । ଆମେରିକା ଏହାକୁ ବଜାର ମୂଲ୍ୟରେ ବିକ୍ରି କରିବ । ସେଥିରୁ ଯାହା ରୋଜଗାର ହେବା ତାକୁ ମୁଁ ନୟନ୍ତ୍ରଣ କରିବି ବୋଲି ସୋସିଆଲ ମିଡିଆ ଆକାଉଣ୍ଟ ଟ୍ରୁଥରେ କହିଛନ୍ତି ଟ୍ରମ୍ପ ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସତ୍ୟ ପୋଷ୍ଟରେ ଲେଖିଛନ୍ତି, “ମୁଁ ଘୋଷଣା କରି ଖୁସି ହେଉଛି ଯେ, ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ସରକାର ୩୦ ରୁ ୫୦ କୋଟି ବ୍ୟାରେଲ ତେଲ ଆମେରିକାକୁ ଦେବ । ଏହି ତେଲ ବଜାର ମୂଲ୍ୟରେ ବିକ୍ରି ହେବ, ଏବଂ ମୁଁ ଆମେରିକାର ରାଷ୍ଟ୍ରପତି ଭାବରେ, ଭେନେଜୁଏଲ ଏବଂ ଆମେରିକୀୟ ଲୋକଙ୍କ ହିତ ପାଇଁ ଏହାକୁ ବ୍ୟବହାର କରିବା ନିଶ୍ଚିତ କରିବାକୁ ଆୟକୁ ନିୟନ୍ତ୍ରଣ କରିବି । ଶକ୍ତି ସଚିବ କ୍ରିସ୍ ରାଇଟଙ୍କୁ ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି । ଜାହାଜରୁ ପରିବହନ କରାଯିବ ଏବଂ ସିଧାସଳଖ ଆମେରିକାର ଅନଲୋଡିଂ ଡକକୁ ଅଣାଯିବ।”

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଏହି ଘୋଷଣା ଭେନେଜୁଏଲାର ଅଧିକାରୀମାନେ କହିବାର କିଛି ଘଣ୍ଟା ପରେ ଆସିଥିଲା । ଆମେରିକାର ସାମରିକ ଅଭିଯାନରେ ଅତି କମରେ ୨୪ ଜଣ ଭେନେଜୁଏଲାର ସୁରକ୍ଷା ଅଧିକାରୀ ନିହତ ହୋଇଥିଲେ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରି ନେଇଥିଲେ ଆମେରିକା ସେନା । ନିଶା କାରବାର ଅଭିଯୋଗର ସମ୍ମୁଖୀନ ହେବା ପାଇଁ ଆମେରିକା ନିଆଯାଇଥିଲା ।

ଆମେରିକା ପ୍ରତିଦିନ ପ୍ରାୟ ୧୩.୮ ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରେ । ଆମେରିକାର ବେଞ୍ଚମାର୍କ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟର ବର୍ତ୍ତମାନର ମୂଲ୍ୟରେ, ରିପୋର୍ଟ କରାଯାଇଥିବା ପରିମାଣ ୨.୮ ବିଲିୟନ ଡଲାରରୁ ଅଧିକ ହୋଇପାରେ ବୋଲି ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡ଼ିଛି ।

ଭେନେଜୁଏଲାର ରାଜଧାନୀ କାରାକାସରେ ବିପୁଳ ତୈଳ ଭଣ୍ଡାର ଅଛି । କିନ୍ତୁ ଦଶନ୍ଧି ଧରି ଚାଲିଥିବା ଉତ୍ତେଜନା ଏବଂ କିଛି ଆମେରିକୀୟ ତୈଳ କମ୍ପାନୀଙ୍କ ପ୍ରସ୍ଥାନ ଯୋଗୁଁ ଏହାର ଉତ୍ପାଦନ ୧୯୭୦ ଦଶକର ଶୀର୍ଷରୁ ହ୍ରାସ ପାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme