
ତାଳଚେର ରାବଣ ପୋଡି ଅନୁଷ୍ଠାନ ପକ୍ଷରୁ ସାଉଥବଲଣ୍ଡା ଠାରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଡ଼ ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପୋଡ଼ିର ମହାତ୍ମ୍ୟ ଉପରେ ଗୁରୁତ୍ବା ରୋପ କରିବା ସହିତ ରାବଣ ପରି ଅହଂ ଭାବକୁ ଦୁର କରିବାକୁ ଆହ୍ବାନ ଦେଇଥିଲେ।ପରେ ବିଭିନ୍ନ ପ୍ରକାରର ବାଣ ଖଞ୍ଜା ଯାଇଥିବା ରାବଣର ପ୍ରତିମୂର୍ତ୍ତିରେ ମୃଦୁଳା ଠାକୁର ଅଗ୍ନି ସଂଯୋଗ କରିଥିଲେ। ତେବେ ବିଭିନ୍ନ ପ୍ରକାର ଆତଶବାଜୀରେ ପୁରା ପଡିଆ ଦୁଲୁକିଉଠିଥିଲା। ପରେ ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୁନି କୁନି ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଅନୁଷ୍ଠିତ ହୋଇଥିବା ଏହି ରାବଣ ପୋଡି ମୋହତ୍ସବରେ ହଜାର ହଜାର ଦର୍ଶକ ପହଁଚି ରାବଣ ପୋଡି ଉତ୍ସବକୁ ଉପଭୋଗ କରିଥିଲେ ।
