Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆତଙ୍କୀ ଷଡ଼ଯନ୍ତ୍ରରେ ଡାକ୍ତରଙ୍କ ଲିଙ୍କ: ୪ ଅଭିଯୁକ୍ତ ଗିରଫ

Posted on November 11, 2025

ଦେଶକୁ ଦୋହଲାଇ ଦେବାକୁ ଆତଙ୍କୀ ଡାକ୍ତରଙ୍କ ଭୟଙ୍କର ଷଡ଼ଯନ୍ତ୍ର । ସନ୍ଦେହ ନ ହେବା ଭଳି ବୃତ୍ତିରେ ରହି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ।  ଏଭଳି ପ୍ରମୁଖ ବୃତ୍ତିଧାରୀଙ୍କୁ ପାକିସ୍ତାନ ସମର୍ଥିତ ଆତଙ୍କୀ ସଙ୍ଗଠନ ଭାରତରେ  ଆତଙ୍କବାଦ ବିସ୍ତାର ଲାଗି ବ୍ୟବହାର  କରିବା ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି  ବଡ଼ ଆହ୍ୱାନ ସୃଷ୍ଟି କରିଛି । ଗତ ୪  ଦିନରେ ୪ ଡାକ୍ତର ଏବଂ ସେମାନଙ୍କ  ସହଯୋଗୀଙ୍କୁ ଗିରଫ କରାଗଲାଣି ।  ଉତ୍ତରପ୍ରଦେଶ, ହରିୟାଣା ଏବଂ ଜମ୍ମୁ-କାଶ୍ମୀରରୁ ଏହି ଡାକ୍ତରଙ୍କୁ ବନ୍ଧାଯିବା ସହ  ସେମାନଙ୍କ ଠିକଣାରୁ ପ୍ରାୟ ୨,୯୦୦ କେଜିର  ବୋମା ତିଆରି ସାମଗ୍ରୀ, ରାଇଫଲ, ପିସ୍ତଲ ଏବଂ ଅନ୍ୟ  ସନ୍ଦିଗ୍ଧ ଜିନିଷ ଜବତ ହୋଇଛି । ସେମାନଙ୍କ  ଲିଙ୍କ୍‌ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ  ଓ ଅନ୍‌ସାର ଗଜୱତ-ଉଲ୍‌-ହିନ୍ଦ ସହ ଥିବା  ମଧ୍ୟ ଜଣାପଡ଼ିଛି । କାଶ୍ମୀରରେ ସୁରକ୍ଷାକର୍ମୀଙ୍କ  ସହ ଏନ୍‌କାଉଣ୍ଟରରେ ଆହତ ହୋଇଥିବା  ଆତଙ୍କବାଦୀଙ୍କୁ ସେମାନେ ଚିକିତ୍ସା ଯୋଗାଇଥିବା  ଭଳି ଖବର ମଧ୍ୟ ସାମ୍‌ନାକୁ ଆସିଛି ।

ହରିୟାଣାର ଫରିଦାବାଦରେ ଡାକ୍ତର  ମୁଜମ୍ମିଲ ଶକିଲଙ୍କ ଘରୁ ୩୬୦ କେଜି  ବିସ୍ଫୋରକ ଜବତ କରାଯାଇଛି । ଫରିଦାବାଦରେ ଥିବା  ଆଉ ଏକ ଘରୁ ୨,୫୬୩ କେଜି ବିସ୍ଫୋରକ  ମିଳିଛି । ଏଥିସହ ସେଠାରୁ ଆସଲ୍ଟ ରାଇଫଲ,  ଜୀବନ୍ତ କାର୍ଟୁସ୍‌ ମଧ୍ୟ ଜବତ ହୋଇଛି । ୧୫  ଦିନ ହେଲା ହରିୟାଣା ଏବଂ ଜମ୍ମୁ-କାଶ୍ମୀର ପୁଲିସ ଏହି ମିଳିତ ଅଭିଯାନ ଚଲାଇଥିଲା । ଏହି  ଅଭିଯାନରେ ମୁଜମ୍ମିଲଙ୍କ ଭଡ଼ା ଘରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ  ସାମଗ୍ରୀ ଜବତ ହୋଇଛି । ସେହି ବିସ୍ଫୋରକକୁ ଆଇଇଡି କିମ୍ବା  ଶକ୍ତିଶାଳୀ ବୋମା ପ୍ରସ୍ତୁତିରେ ବ୍ୟବହାର କରାଯାଇପାରିବ ବୋଲି  ଫରିଦାବାଦ ପୁଲିସ କମିଶନର କହିଛନ୍ତି ।

ପୁଲିସ କମିଶନର କହିଥିଲେ ଯେ ଚଢ଼ାଉରେ ୩ ମାଗାଜିନ୍‌, ୮୩  ଜୀବନ୍ତ ଗୁଳି, ଏକ ଆସଲ୍ଟ ରାଇଫଲ, ୮ ବଡ଼ ସୁଟ୍‌କେସ୍‌, ୪  ଛୋଟ ସୁଟ୍‌କେସ ଏବଂ ଏକ ବାଲ୍‌ଟି ମିଳିଛି । ଏଥିସହ ୩୬୦  କେଜି ବିସ୍ଫୋରକ, ୨୦ ଟାଇମର ବ୍ୟାଟେରୀ, ୨୪ ରିମୋଟ,  ପ୍ରାୟ ୫ କେଜି ଭାରୀ ଧାତୁ, ୱାକି-ଟକି ସେଟ୍‌, ବିଦ୍ୟୁତ୍‌ ତାର,  ବ୍ୟାଟେରୀ ଏବଂ ଅନ୍ୟ ନିଷିଦ୍ଧ ସାମଗ୍ରୀ ଜବତ ହୋଇଛି । ଗିରଫ  ଡାକ୍ତର ମୁଜମ୍ମିଲ ଶକିଲ ସ୍ଥାନୀୟ ଅଲ୍‌ଫଲ୍‌ହା ୟୁନିଭର୍ସିଟିରେ  ପଢ଼ାନ୍ତି । ସେ ପୁଲୱାମା ଜିଲ୍ଲା କୋଇଲର ବାସିନ୍ଦା । ମୁଜମ୍ମିଲଙ୍କ  ସହ ନିୟମିତ ଭାବେ ଯୋଗାଯୋଗରେ ଥିବା ଫରିଦାବାଦ  ମସ୍‌ଜିଦ୍‌ର ଜଣେ ଇମାମ୍‌ ଇରଫାନ୍‌ ଅହମଦ୍‌ଙ୍କୁ ମଧ୍ୟ ଗିରଫ  କରାଯାଇଛି । ଡାକ୍ତରଙ୍କ ବ୍ରେନ୍‌ ୱାଶ୍‌ କରିବାରେ ଏହି ଇମାମ୍‌ଙ୍କ  ବଡ଼ ଭୂମିକା ରହିଥିବା ଜଣାଯାଇଛି।

ଜମ୍ମୁ-କାଶ୍ମୀର ପୁଲିସ ଲକ୍ଷେ୍ନରୁ ଜଣେ ମହିଳା ଡାକ୍ତର  ଶାହିନ ଶାହିଦ୍‌ଙ୍କୁ ମଧ୍ୟ ଗିରଫ କରିଛି । ଶାହିନ୍‌ ଡାକ୍ତର ମୁଜମ୍ମିଲ  ସକିଲଙ୍କ ପ୍ରେମିକା ବୋଲି କୁହାଯାଉଛି । ମୁଜମ୍ମିଲ ଡାକ୍ତର  ଶାହିନଙ୍କ କାର୍‌ ବ୍ୟବହାର କରୁଥିଲେ । ଶାହିନ୍‌ଙ୍କ କାର୍‌ରୁ ହିଁ  ରବିବାର କାଶ୍ମୀରରେ ଏକେ-୪୭ ରାଇଫଲ ସହ ଅନ୍ୟ ସନ୍ଦିଗ୍ଧ  ସାମଗ୍ରୀ ଜବତ ହୋଇଥିଲା । ଏହା ପୂର୍ବରୁ ଗତ ୭ ତାରିଖରେ  ଜମ୍ମୁ-କାଶ୍ମୀର ପୁଲିସ ଉତ୍ତରପ୍ରଦେଶର ସହାରନପୁରରୁ  ଡାକ୍ତର ଆଦିଲ ଅହମଦଙ୍କୁ ଗିରଫ କରିଥିଲା । ସେ କାଶ୍ମୀରର  ଅନନ୍ତନାଗ ବାସିନ୍ଦା । ଆଦିଲ ଅନନ୍ତନାଗରେ ସରକାରୀ ମେଡିକାଲ  କଲେଜରେ ପ୍ରାକ୍ଟିସ୍‌ କରୁଥିଲେ । ୨୦୨୪ରେ ସେ ସେଠାରୁ  ଇସ୍ତଫା ଦେଇଥିଲେ । ପରେ ସହାରନପୁର ଆସି ପ୍ରାକ୍ଟିସ୍‌  କରୁଥିଲେ । ଆଦିଲଙ୍କୁ ପଚରାଉଚରା କରାଯାଉଛି । ଏ ନେଇ  ୟୁଏପିଏ ଅନୁସାରେ ମାମଲା ରୁଜୁ ହୋଇଛି । ହାଇଦ୍ରାବାଦରୁ  ଗୁଜରାଟ ଏଟିଏସ୍‌ ଅହମ୍ମଦ ମୋହିଉଦ୍ଦିନଙ୍କୁ ଗିରଫ କରିଥିଲା ।  ସେ ଚୀନ୍‌ରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଛି ।

ସୂଚନା ଅନୁସାରେ, ଡା. ମୁଜମ୍ମିଲ ଫରିଦାବାଦର ଧୋଜ  ଗ୍ରାମରେ ପ୍ରାୟ ସାଢ଼େ ୩ ବର୍ଷ ଧରି ଏକ ଘର ଭଡ଼ା ନେଇଥିଲେ ।  ସେଠାରେ ସେ ରହୁ ନ ଥିଲେ । କେବଳ ନିଜ ଜିନିଷପତ୍ର ରଖିବା  ଲାଗି ସେହି ଘର ବ୍ୟବହାର କରୁଥିଲେ । ଜମ୍ମୁ-କାଶ୍ମୀର ପୁଲିସ  କହିଛି ଯେ, ଅଦ୍ୟାବଧି ମୋଟ ୨,୯୦୦ କେଜି ବିସ୍ଫୋରକ ଜବତ  ହେଲାଣି । ଏହି ମଡ୍ୟୁଲ ଜୈଶ-ଏ-ମହମ୍ମଦ ଏବଂ ଅନ୍‌ସାର ଗଜୱତ-ଉଲ୍‌-ହିନ୍ଦ ଭଳି ନିଷିଦ୍ଧ  ଆତଙ୍କୀ ସଙ୍ଗଠନ ଲିଙ୍କ୍‌ରେ ଅଛି । ଏହି ଆତଙ୍କୀ ବିଦେଶୀ  ହ୍ୟାଣ୍ଡଲର୍ସଙ୍କ ନିର୍ଦ୍ଦେଶରେ କାମ କରୁଥିଲେ ଏବଂ ସୋସିଆଲ  ମିଡିଆ ଓ ଏନ୍‌କ୍ରିପ୍‌ଟେଡ୍‌ ଚ୍ୟାନେଲ ଜରିଆରେ ଆତଙ୍କୀ  କାର୍ଯ୍ୟକଳାପରେ ମାତିଥିଲେ । ପୁଲିସ ଏହାକୁ ‘ହ୍ୱାଇଟ୍‌-କଲାର  ଟେରର ଇକୋସିଷ୍ଟମ’ ନାଁ ଦେଇଛି । ଅର୍ଥାତ ଆତଙ୍କବାଦୀ  ସଙ୍ଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ଆର୍ଥିକ ଅପରାଧ ଏବଂ  ବେଆଇନ କାର୍ଯ୍ୟକଳାପର ଏକ ସଂଯୁକ୍ତ ନେଟ୍‌ୱର୍କ ଯାହାକୁ  ସରକାରୀ ବୃତ୍ତିଗତ, କୌଣସି ବ୍ୟବସାୟୀ କିମ୍ବା କୌଣସି ପଦ  ପଦବିରେ ଥିବା ବ୍ୟକ୍ତି ପରିଚାଳନା କରାଇଥାନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme