
ଆଜି ହଂକଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦୁବାଇରୁ ଆସିଥିବା ଏକ ମାଲବାହୀ ବୋଇଙ୍ଗ୍ ୭୪୭ ବିମାନ ଲ୍ୟାଣ୍ଡିଂ ସମୟରେ ରନୱେରୁ ଖସି ସମୁଦ୍ରରେ ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି, ଓ ୪ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଦୁର୍ଘଟଣା ରନୱେରେ ଠିଆ ହୋଇଥିବା ଦୁଇ ଲୋକଙ୍କର ମୃତ୍ୟୁ ସହ ବିମାନ ଦୁଇ ଖଣ୍ଡରେ ଭାଙ୍ଗି ସମୁଦ୍ରରେ ଖସିଛି। ୩୨ ବର୍ଷର ଏହି ପୁରୁଣା ବୋଇଙ୍ଗ୍ ୭୪୭ ବିମାନ କାର୍ଗୋ ଭାବେ କାମ କରୁଥିଲା।
ହଂକଂ ଏୟାରପୋର୍ଟ ଏହି ଦୁର୍ଘଟଣା ପରେ ପ୍ରସ୍ଥାନ ଓ ଆଗମନ ପାଇଁ ରନୱେକୁ ବନ୍ଦ କରିଦିଆଛି।

