Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଶ୍ରୀମନ୍ଦିରରେ ଦେବାଭିଷେକ ନୀତି, ଶ୍ରୀବିଗ୍ରହଙ୍କ ସୁନାବେଶ

Posted on January 3, 2026

ଆଜି ପୌଷପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । ଏହି ପବିତ୍ର ତିଥିରେ ରାମଚନ୍ଦ୍ର ବନବାସରୁ ଫେରି ରାଜା ହୋଇଥିଲେ । ସେଥିପାଇଁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଭିଷେକ ନୀତି ପାଳନ ହେଉଛି ।

ଶନିବାର ସକାଳ ଧୂପ ପରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ରତ୍ନସିଂହାସନ ନିମ୍ନରେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ଦାରୁବ୍ରହ୍ମଙ୍କ ସୁନାବେଶ ହେବ । ପୂଜାପଣ୍ଡା ସାମନ୍ତ ରତ୍ନସିଂହାସନରେ ପୂଜାର୍ଚ୍ଚନା କରୁଥିବା ସମୟରେ ଭିତରଛ ମହାପାତ୍ର ଲକ୍ଷ୍ମଣ ରୂପରେ ଛତ୍ର ଧରି ଦଣ୍ଡାୟମାନ ହେବେ । ପାଳିଆ ଭଣ୍ଡାର ମେକାପ ଛତ୍ର ମୂଳକୁ ଧାରଣ କରି ହନୁମାନ ରୂପରେ ଆଣ୍ଠୁମାଡ଼ି ବସିବେ । ଏହି ଅବସରରେ ଷୋଡ଼ଶ ଉପଚାରରେ ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯିବ । ରାଜନୀତି ବନ୍ଦାପନା ନୀତି ସମ୍ପନ୍ନ ହେବ । ଶ୍ରୀରଘୁନାଥ ରତ୍ନସିଂହାସନକୁ ବିଜେ ହେବେ । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନୀତି ସମ୍ପନ୍ନ ହେବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme