Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଲଘୁଚାପ ନେବ ଅବପାତ ରୂପ, ୨୭ରେ ବାତ୍ୟା

Posted on November 25, 2025

ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୨୭ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଉପରେ ବାତ୍ୟା ରୂପ ନେବ । ଏହା ଉତ୍ତର- ପୂର୍ବ ଦିଗରେ ଗତି କରି ବାଂଲାଦେଶ ଆଡ଼କୁ ଯିବ । ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହୋଇ ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯିବ । ୨ ବା ୩ ତାରିଖରେ ବାଂଲାଦେଶରେ ପହଞ୍ଚିବା ବେଳକୁ ଏହା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସାରିଥିବ । ବିଭିନ୍ନ ପାଣିପାଗ ମଡେଲ ଏଭଳି ପୂର୍ବାନୁମାନ ଦେଖାଉଛନ୍ତି ।

ଆଇଏମ୍‌ଡ଼ି ଆକଳନ ଅନୁସାରେ, ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନସାଗର ଉପରେ ବାତ୍ୟା ସୃଷ୍ଟି ହେବ । ୨୮ ତାରିଖ ଯାଏ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କିନ୍ତୁ ଓଡ଼ିଶାକୁ କୌଣସି ବର୍ଷା ସତର୍କତା ଦିଆଯାଇନି।

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବନି ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । କମୋରିନ୍ ବା କନ୍ୟାକୁମାରୀ ଉପରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମଙ୍ଗଳବାର କମୋରିନ୍, ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ଲଘୁଚାପ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ଜିଏଫଏସ୍ ମଡେଲ ଅନୁସାରେ, ମଲାକ୍କା ଉପରେ ଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ଅବପାତରେ ପରିଣତ ହେବ । ଅବପାତ ସୃଷ୍ଟି ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବ । ପରେ ଏହା ଉତ୍ତର ପୂର୍ବ ଦିଗକୁ ମୁହାଁଇ ୨ ବା ୩ ତାରିଖ ବେଳକୁ ଦକ୍ଷିଣ ବାଂଲାଦେଶ ଉପକୂଳରେ ପହଞ୍ଚିବ । ସେତେବେଳକୁ ବାତ୍ୟା ଦୁର୍ବଳ ହୋଇ ସାରିଥିବ ।

ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ କହୁଛି, ୨୫ ତାରିଖରେ ଅବପାତ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ପହଞ୍ଚିବ । ୨୯ ତାରିଖ ସୁଦ୍ଧା ଏହା କ୍ରମଶଃ ଦୁର୍ବଳ ହୋଇ ସାରିଥିବ । ସେହିଭଳି କମୋରିନ୍ ଉପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ । ଏହା ବି ସମୁଦ୍ର ଭିତରେ ଦୁର୍ବଳ ହୋଇଯିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme