ଭାରତ-ଦକ୍ଷିଣ ଆଫ୍ରିକା ୫ ମ୍ୟାଚ ବିଶିଷ୍ଟ ଟି-୨୦ସିରିଜର ଆଜି ତୃତୀୟ ଲଢ଼େଇ । ଧର୍ମଶାଳା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ସାଉଥ ଆଫ୍ରିକା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପଅଧିନାୟକ ଶୁବମନ୍ ଗିଲଙ୍କ ଲଗାତାର ବିଫଳତା ପରେ ବିଜୟ ଧାରାକୁ ଫେରିବାର ଚାପ ଟିମ୍ ଉପରେ ବଢ଼ିବାରେ ଲାଗିଛି । କଟକରେ ଜବରଦସ୍ତ ବିଜୟ ହାସଲ କରିବା ପରେ ଚଣ୍ଡିଗଡ଼ରେ ଅତି ସାଧାରଣ କ୍ରିକେଟ୍ ଖେଳିଥିବା ଭାରତୀୟ ଦଳକୁ କିନ୍ତୁ ଦକ୍ଷିଣ ଆଫ୍ରିକା ପୁଣି ଥରେ ପରୀକ୍ଷାରେ ପକାଇବାକୁ ପୂରା ପ୍ରସ୍ତୁତ ।
ଅନ୍ୟପକ୍ଷରେ ଚଣ୍ଡିଗଡ଼ ପରାଜୟ ଅନେକ ଦୃଷ୍ଟିରୁ ଭାରତ ପାଇଁ ମହତ୍ତ୍ବ ରଖୁଛି । ଗିଲ୍ ଗତ ଦୁଇଟି ଯାକ ମ୍ୟାଚରେ ବିଫଳ ହୋଇଥିବାରୁ ଆଜି ତାଙ୍କ ସହ ସୂର୍ଯ୍ୟ ଏବଂ ଗମ୍ଭୀରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ । ଯୁବ ଓପନର୍ ଅଭିଷେକ ଶର୍ମା ଆଶାଜନକ ଆରମ୍ଭ ଦେଇ ପାରୁ ନଥିବାରୁ ସେ ମଧ୍ୟ ନିଜ ପୁରୁଣା ଚମକ ଦେଖାଇବା ଆଶାରେ ପଡ଼ିଆକୁ ଓହ୍ଲଇବେ ।
