
ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ T-20 ମ୍ୟାଚ୍ ଖେଳାଯିବ । ପ୍ରଥମ ୩ଟି ମ୍ୟାଚ୍ରେ ସିରିଜ ୧-୧ରେ ବରାବର ହୋଇଥିବାରୁ ଆଜିର ମୁକାବିଲା ଦୁଇ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।
ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇଯାଇଥିଲା । ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା, ଯେତେବେଳେ ତୃତୀୟ ମ୍ୟାଚରେ ଭାରତ ଦଳ ଦୃଢ଼ ପ୍ରଦର୍ଶନ କରି ବିଜୟୀ ହୋଇ ସିରିଜରେ ଫେରିଥିଲା ।
୩ ଦିନର ବିଶ୍ରାମ ସମୟରେ ଭାରତୀୟ ଦଳ ସ୍ୱଳ୍ପ ବଲ୍ରେ ଦୂର୍ବଳତା ଦୂର କରିବା ପାଇଁ ବିଶେଷ ପ୍ରସ୍ତୁତି କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ସିରିଜରେ ଆଗୁଆ ହେବାକୁ ପ୍ରତିବଦ୍ଧ । ଏହି ମ୍ୟାଚ୍ ଜିତି ସିରିଜରେ ଆଗୁଆ ହେବା ପାଇଁ ଉଭୟ ଦଳ ଚେଷ୍ଟା କରିବେ

