
ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ରୂପରେ ସଜାଯିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରାଯିବ।
କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ ଦଶମୀ ମଧ୍ୟରେ ଯେତେବେଳେ ସୋମବାର ପଡେ, ସେହିଦିନ ବଡ଼ଠାକୁରଙ୍କ ହରିହର ବେଶ ପାଳିତ ହୁଏ। ଏହି ବେଶରେ ବିଷ୍ଣୁ ଓ ଶିବଙ୍କ ଏକତ୍ୱ ରୂପ ପ୍ରତିଫଳିତ ହୁଏ।
ପୁଷ୍ପାଳକ ସେବକମାନେ ଏହି ବେଶ ସଜାଇବେ ଓ ଏହି ସହ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ମଧ୍ୟ ଶୃଙ୍ଗାର କରାଯିବ। ଦୁଇ ବେଶ ଦର୍ଶନ ପାଇଁ ଭକ୍ତମାନେ ଆଜି ଶ୍ରୀମନ୍ଦିରରେ ଭିଡ଼ ଜମାଇଛନ୍ତି
