Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ନୂଆପଡ଼ା ରେଜଲ୍ଟ ଡେ, ଫଳାଫଳ କହିବ କିଏ ଦଖଲ କରୁଛି ନୂଆପଡ଼ା

Posted on November 14, 2025

ଆଜି ରେଜଲ୍ଟ ଡେ । ଆସିବ ନୂଆପଡ଼ା ଓ ବିହାର ରାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି । କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୩୫୮ଟି ବୁଥ ପାଇଁ ୧୪ ଟି ଟେବୁଲରେ ୨୬ରାଉଣ୍ଡରେ ଭୋଟ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ,କାଉଣ୍ଟିଂ ସୁପର ଭାଇଜର ଓ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ପ୍ରଥମେ ସକାଳ ୮ଟାରେ ପୋଷ୍ଟାଲ ବାଲାଟ ଗଣତି ହେବ। ଏହାପରେ ଇଭିଏମ ଭୋଟ ଗଣତି କରାଯିବ ।

ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ରାଜ୍ୟବାସୀ ବେଶ ଉତ୍ସୁକ । ଫଳାଫଳ କହିବ କିଏ ଦଖଲ କରୁଛି ନୂଆପଡ଼ା । କାହାକୁ ନୂଆ ବିଧାୟକ ଭାବେ ବାଛିଛନ୍ତି ନୂଆପଡ଼ାବାସୀ । ବିଜେପିର ଜୟ ଢୋଲକିଆ, ନା ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ନା କଂଗ୍ରେସର ଘାସିରାମ ମାଝୀ । ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି। ତେବେ ବିଜେପି – ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୋଇଛି। ସମସ୍ତ ଦଳ ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ବେଶ ଆଶାବାଦୀ ଅଛନ୍ତି । ଦୃଢୋକ୍ତି କରିଛନ୍ତି ମଧ୍ୟ। ଏଥର ନୂଆପଡ଼ାରେ ରେକର୍ଡ ୯୧ ପ୍ରତିଶତ ଭୋଟିଂ ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme