Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Posted on January 17, 2026

 

ଥଣ୍ଡାର ଆତଙ୍କ । ଜି ଉଦୟଗିରିରେ ପାରଦ ରେକର୍ଡସ୍ତରକୁ ଖସିଗଲା । ୧୪ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ଶନିବାର ରାତିରେ ବି ଶୀତ ନାକେଦମ୍ କରିବ । କିନ୍ତୁ ରବିବାରଠାରୁ ଶୀତରେ ସାମୟିକ ବ୍ରେକ୍ ଲାଗିପାରେ । ପଶ୍ଚିମା ଝଡ଼ ପ୍ରଭାବରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମିପାରେ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି ।

ଆସନ୍ତା ଦୁଇଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିଯିବ । ଏହା ଶୀତ କମାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ଫୁଲବାଣୀରେ ୬ଡିଗ୍ରୀ, ରାଉରକେଲାରେ ୭, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୮, ବାରିପଦାରେ ୯, କଟକ ଓ କୋରାପୁଟରେ ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୨୦ ତାରିଖ ଯାଏ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ ବୋଲି କୁହାଯାଇଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୫ ଡିଗ୍ରୀ, ଅନୁଗୁଳରେ ୫.୫, କଟକରେ ୪.୪, ବାରିପଦାରେ ୪.୨, କେନ୍ଦୁଝରରେ ୩.୯, ଚାନ୍ଦବାଲିରେ ୩.୬, କୋରାପୁଟରେ ୩.୬ ଓ ଗୋପାଳପୁରରେ ସ୍ୱାଭାବିକଠାରୁ ୨.୮ ଡିଗ୍ରୀ କମ୍ ରହିଛି । ଜି.ଉଦୟଗିରି ସବୁଠୁ ଥଣ୍ଡା ପାଲଟିଛି । ଏଠାରେ ପାରଦ ୨.୬ ଡିଗ୍ରୀ ରହିଥିଲା । ରାଉରକେଲାରେ ୪.୬ ଡିଗ୍ରୀ ଥିଲା । ଝାରସୁଗୁଡ଼ା ଏଥର ଶୀତରେ ୭୩ ବର୍ଷର ରେକର୍ଡକୁ ପାଞ୍ଚ ଥର ଭାଙ୍ଗି ସାରିଲାଣି । ଗୁରୁବାର ରାତିରେ ପାରଦ ୫ ଡିଗ୍ରୀ ଥିଲା । ରାତି ତାପମାତ୍ରା ସ୍ୱାଭାବିକଠାରୁ ୭.୫ ଡିଗ୍ରୀ ଖସିଯାଇଥିଲା । ଗତ ୯ ତାରିଖରେ ଏଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ଓ ୧୦ରେ ୪.୫ ଡିଗ୍ରୀ ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme