ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ ରହିଛି ଭାରତ । ଆଜି ମ୍ୟାଚ ଜିତି ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାରିବା ଏବଂ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ନିଶ୍ଚିତ ଭାବେ ଏହି ଶୃଙ୍ଖଳାକୁ ୪-୧ରେ ଜିତିଲେ ସମ୍ମାନ ରଖିପାରିବ।
ଏପଟେ ସିରିଜରେ ପଛୁଆ ପଡ଼ିଥିବା ଦକ୍ଷିଣ ଆଫ୍ରିକା ପାଇଁ ଲକ୍ଷ୍ନୌ ମୁକାବିଲା ‘କର ବା ମର’ ସ୍ଥିତି । ଟିମ ଇଣ୍ଡିଆରେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ଓ ଉପ ଅଧିନାୟକ ଶୁବମନ ଗିଲଙ୍କ ଫର୍ମକୁ ଚିନ୍ତାର କାରଣ ରହିଛି । ଗିଲ୍ ୩ ଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିନାହାନ୍ତି । ସେହିଭଳି ସୂର୍ଯ୍ୟକୁମାର ମଧ୍ୟ ଭଲ ପ୍ରଦର୍ଶନ କରିନାହାନ୍ତି । ଆଜିର ମ୍ୟାଚରେ ଗିଲ୍ ଙ୍କୁ ବିଶ୍ରାମ ଦେବାକୁ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ଜଣାପଡିଛି । ଯଦି ଗିଲ୍ ଙ୍କୁ ବିଶ୍ରାମ ଦିଆଯାଏ ତାହେଲେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ । ସେହିପରି ଦକ୍ଷିଣ ଆଫ୍ରିକାର ରିଜା ହେଣ୍ଡ୍ରିକ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପ୍ରତ୍ୟାବର୍ତ୍ତନରେ ହେଣ୍ଡ୍ରିକ୍ସ ୦ ଓ ୮ ରନ କରି ବିଫଳ ହୋଇଥିବାରୁ ଏବେ ଚାପରେ ଅଛନ୍ତି । ଏପରିକି ଭାରତ ବିପକ୍ଷରେ ସେ ୧୫ ପାଳିରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ କରିଛନ୍ତି ।
