
ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଜାନୁଆରୀ ୧୫ ତାରିଖ ଯାଏ ପରୀକ୍ଷା ଚାଲିବ । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ହେବ । ବିଜ୍ଞାନରେ ଫର୍ମ ପୂରଣ କରିଥିବା ୧ଲକ୍ଷ ୩୨ ହଜାର ପିଲାଙ୍କ ସମେତ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଆଉ ୧ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେବେ । ମୋଟ ୨ ଲକ୍ଷ ୩୫ ହଜାରରୁ ଅଧିକ ପିଲା ପ୍ରାକ୍ଟିକାଲ ଦେବେ । ଏନେଇ ପ୍ରସ୍ତୁତି ଶେଷ ହୋଇଛି ବୋଲି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ । ସବୁ ଷ୍ଟ୍ରିମର ମିଶାଇ ମୋଟ ୪ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୦ଟି ଜିଲ୍ଲାରେ ୧୩୫୦ ପରୀକ୍ଷା କେନ୍ଦ୍ର ହେûଇଛି । ପୂର୍ବରୁ ପ୍ରତି ଜିଲ୍ଲାରେ ଦୁଇଜଣ ଲେଖାଏ ସ୍କ୍ୱାଡ୍ ରହିବେ । ପ୍ରାକ୍ଟିକାଲ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀ ନିଜର ବୈଧ ପ୍ରମାଣପତ୍ର ନେଇ ପରୀକ୍ଷା ହଲରେ ପ୍ରବେଶ କରିବେ । ପରୀକ୍ଷା ଆରମ୍ଭର ଅଧ ଘଣ୍ଟା ଭିତରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପ୍ରାକ୍ଟିକାଲ ପାଇଁ ସୁଯୋଗ ମିଳିବ ।
