Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜବେଷ୍ଟ ଭାଙ୍ଗି ଦୋକାନରୁ କଳାକନା ବୁଲାଇଲେ ଚୋର

Posted on October 31, 2025

ରାଉରକେଲାରେ ମାତିଲେ ଚୋର । ଆଜବେଷ୍ଟ ଭାଙ୍ଗି ଦୋନାକରୁ କଳାକନା ବୁଲାଇଛନ୍ତି । ସେକ୍ଟର -୭ ଥାନା ଅନ୍ତର୍ଗତ ସେକ୍ଟର – ୬ ଏଚ୍‌ ବ୍ଲକ୍ ମାର୍କେଟରେ ୬ଟି ଦୋକାନରୁ ଚୋରି ହୋଇଛି । ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଚୋର । ଆଜବେଷ୍ଟ ଭାଙ୍ଗି ଦୋକାନରେ ପଶି ନଗଦ ଟଙ୍କା ସହ ଜିନିଷ ପତ୍ର ଚୋରି କରିନେଇଛନ୍ତି । ଆଜି ସକାଳେ ଦୋକାନୀମାନେ ଦୋକାନ ଖୋଲିବାକୁ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ମାର୍କେଟ୍‌ରେ ସମସ୍ତ ଦୋକାନୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।

ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଦୋକାନୀ ଓ ଅଞ୍ଚଳବାସୀ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉନାହିଁ ବୋଲି କହିଛନ୍ତି । ଏପରିକି ପାଟ୍ରୋଲିଂ ମଧ୍ୟ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଚୋରମାନେ ଦୋକାନଗୁଡ଼ିକର ଆଜବେଷ୍ଟସ ଭାଙ୍ଗି ଭିତରେ ପଶି ନଗଦ ଟଙ୍କା ଓ ଜିନିଷ ପତ୍ର ନେଇ ଯାଇଛନ୍ତି । ପୁଲିସ ଦୋକାନୀଙ୍କୁ ସୁରକ୍ଷା ଦେବା ସହ ପାଟ୍ରୋଲିଂ କଡ଼ିକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme