Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଖ ପାଖରେ ବୁଲୁଛି ଦୁର୍ଦ୍ଦାନ୍ତ ଚୋର, ଚୋର ଧରାଇଲେ ମିଳିବ ୫୦ ହଜାର ଟଙ୍କା

Posted on October 4, 2025

୨୪ ଘଣ୍ଟା ପରେ ବି ଚୌଦ୍ୱାର ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଡକାୟତଙ୍କ ମିଳିନି ଟେର। ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏଥିରେ ବଛାବଛା ପୋଲିସ ଅଧିକାରୀ ଅଛନ୍ତି । ଚୌଦ୍ବାର ଜେଲ ରୋଡ଼ରୁ ଚାରିବାଟିଆ ରାସ୍ତାରେ ଲାଗି ଥିବା ସିସିଟିଭି କ୍ୟାମେରା ଫୁଟେଜ ଚେକ କରାଯାଉଛି । ବିଭିନ୍ନ ରେଳଷ୍ଟେସନ, ଚାରିବାଟିଆ, ନିର୍ଗୁଣ୍ଡି, ଟାଙ୍ଗୀ, କଟକ ସହ ଅନେ ସ୍ଥାନରେ ରାତି ସାରା ଚେକିଂ ହୋଇଛି। ବିଭିନ୍ନ ଛକ ସ୍ଥାନ ଓ ଚୌଦ୍ୱାର ହାଉସିଂ ବୋର୍ଡ ଅଂଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଜେଲକୁ ବିଭିନ୍ନ ସାମଗ୍ରୀ ପଠାଉଥିବା ଠିକା ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ଦୁଇ ବିହାରୀ ଡକାୟତ ମଧୁକାନ୍ତ କୁମାର ଓ ରାଜା ସାହାଣୀ ଆରିରେ ୱାର୍ଡର ରଡ କାଟି ବାହାରକୁ ଆସିଥିଲେ । କମ୍ବଳ କାଟି ରଶି ଭାବେ ବ୍ୟବହାର କରିଥିଲେ ।

ବିଳମ୍ବିତ ରାତିରେ କମ୍ବଳକୁ କାଟି ତିଆରି କରିଥିବା ଦଉଡି ସାହାଯ୍ୟରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଗତ ଜାନୁଆରୀ ୪ରେ ଯାଜପୁର ଜିଲ୍ଲା ପାଣିକୋଇଲରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ସଂପୃକ୍ତ ଥିଲେ ରାଜା ସାହାଣୀ ଓ ମଧୁକାନ୍ତ କୁମାର । ସେମାନଙ୍କ ସଂପର୍କରେ ସଠିକ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କଟକ ଡିସିପି ଅଫିସ ପକ୍ଷରୁ ଘୋଷଣା କରାଯାଇଛି । ଏହି କଏଦୀ ଫେରାର ଘଟଣାରେ କଟକ ରେଞ୍ଜ ଜେଲ ଡିଆଇଜି ଅନସୂୟା ଜେନା ତଦନ୍ତ କରୁଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଚୌଦ୍ବାର ସର୍କଲ ଜେଲର ଏତେ ଉଚ୍ଚା ପାଚେରୀ ଡେଇଁ ଦୁଇ ଅପରାଧୀ ଫେରାର ହୋଇଗଲେ ? କିନ୍ତୁ କେହି କିଛି ଜାଣିପାରିଲେନି କିପରି ? ଏଥିରେ ଜେଲ କର୍ମଚାରୀଙ୍କ ହାତ ରହିଛି କି ? ଜେଲର ସୁରକ୍ଷା ଢିଲା ଥିଲା କି ? କେବେଠୁ ଫେରାର ପାଇଁ ଦୁଇ ଡକାୟତ ପ୍ଲାନ କରିଥିଲେ ? ଏସବୁ ଦିଗରେ ତଦନ୍ତ ଚାଲିଛି ।

ଅନ୍ୟପଟେ ଦଶହରା ପାଇଁ ଚୌଦ୍ବାର ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ ଚୌଦ୍ବାର ଜେଲ୍ ର କାନ୍ଥ ଡେଇଁ ଦୁଇ କଏଦୀ ଫେରାର ହୋଇଛନ୍ତି । ଫେରାର ଦୁଇ କଏଦୀ ମଧୁକାନ୍ତ ଓ ରାଜା ସାହାଣୀ । ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ ମାମଲାରେ ସେମାନେ ସଂପୃକ୍ତ ଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ । ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme