
ଆକାଶ ଛୁଆଁ ସୁନା ଦର, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୩୨,୭୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧, ୨୧,୭୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୩୨,୭୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧, ୨୧,୭୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୩୨,୭୭୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧, ୨୧,୭୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୩୨,୯୨୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୧,୮୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧, ୩୩,୦୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୨୨,୦୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୨୯,୪୪୦ ଓ ୧, ୧୮,୬୫୦ ଟଙ୍କା ରହିଛି ।
ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧, ୮୫,୦୦୦ ଟଙ୍କା ହୋଇଛି ।

