Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆକାଶରେ ଶୋଭା ପାଇବ କୋଲ୍ଡ ସୁପର୍‌ମୁନ୍‌, ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ

Posted on December 4, 2025

ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍‌ମୁନ୍‌ କୁହାଯାଉଛି । କାରଣ ଏହା ପୃଥିବୀର ଅତ୍ୟନ୍ତ ନିକଟରେ ଅବସ୍ଥାନ କରିବ । ଏହା ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ । ୪ ଡିସେମ୍ବର, ଅର୍ଥାତ୍ ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍‌ମୁନ୍‌ ଦେଖାଯିବ । ଭାରତରେ ରାତି ପ୍ରାୟ ୭ଟାରେ ଆକାଶରେ ବଡ଼ ନାରଙ୍ଗୀ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ । ସବୁଠୁ ସୁନ୍ଦର ଦୃଶ୍ୟ ଶୁକ୍ରବାର ଅର୍ଥାତ୍ ଆସନ୍ତା କାଲି ସନ୍ଧ୍ୟାରେ ଦେଖିବାକୁ ମିଳିବ । ସୂର୍ଯ୍ୟାସ୍ତର ୧ ଘଣ୍ଟା ପରେ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦିଶିବ । ପାଣିପାଗ ଭଲ ଥିଲେ ଟେଲିସ୍କୋପ୍ ବିନା ଏହି ଦୃଶ୍ୟ ଦେଖିହେବ ।

ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହେଲେ, ପୂର୍ଣ୍ଣିମା ଆସେ । ଏହାକୁ ସୁପର୍‌ମୁନ୍‌ କୁହାଯାଏ । ଏଥର ଚନ୍ଦ୍ର ପୃଥିବୀଠୁ ମାତ୍ର ୩,୫୭,୦୦୦ କିମି ଦୂରରେ ରହିବ, ସେଥିପାଇଁ ୧୦ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦିଶିବ ।

୨୦୨୫ର ଏହା ୪ର୍ଥ ସୁପର୍‌ମୁନ୍‌ ଏବଂ ନଭେମ୍ବର ପରେ ୨ୟ ସର୍ବବୃହତ ଚନ୍ଦ୍ର । ଡିସେମ୍ବର୍‌ର ପୂର୍ଣ୍ଣ ଚନ୍ଦ୍ର ବର୍ଷର ସମସ୍ତ ପୂର୍ଣ୍ଣିମା ଅପେକ୍ଷା ସର୍ବାଧିକ ଉପରକୁ ଯାଏ । ଏହାର କାରଣ ଆସନ୍ତା ୨୧ ତାରିଖ ସୂର୍ଯ୍ୟ ସବୁଠୁ ତଳେ ରହିବ । ଚନ୍ଦ୍ର ସର୍ବଦା ସୂର୍ଯ୍ୟର ଠିକ୍ ଓଲଟା ଦିଗରେ ଥାଏ । ସେଥିପାଇଁ ସୂର୍ଯ୍ୟ ଯେତେବେଳେ ସବୁଠୁ ତଳେ ଥାଏ, ପୂର୍ଣ୍ଣ ଚନ୍ଦ୍ର ସବୁଠୁ ଉଚ୍ଚକୁ ଚାଲିଯାଏ । ଅର୍ଥାତ୍ ଶୀତ ରାତିରେ ଆକାଶର ସବୁଠୁ ଉପରେ ଚନ୍ଦ୍ର ଅବସ୍ଥାନ କରେ । ମୁଣ୍ଡର ଠିକ୍ ଉପରେ ଅତିକ୍ରମ କରିବା ଭଳି ମନେହୁଏ । ଏଥିପାଇଁ ଏହାକୁ ଲଙ୍ଗ୍ ନାଇଟ୍ ମୁନ୍ ମଧ୍ୟ କୁହାଯାଏ, କାରଣ ଶୀତଦିନେ ରାତି ବଡ଼ ହୋଇଥାଏ ଏବଂ ଚନ୍ଦ୍ର ଅଧିକ ସମୟ ଦୃଶ୍ୟମାନ ହୁଏ । ଆସନ୍ତା ବର୍ଷ ଜାନୁଆରୀ ୩ରେ ଉଲ୍‌ଫ ମୁନ୍ ଦୃଶ୍ୟମାନ ହେବ, ଯାହା ୨୦୨୫-୨୬ର ସୁପର୍‌ମୁନ୍‌ ସିରିଜ୍‌ର ଶେଷ ଚନ୍ଦ୍ର ହେବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme