
ବ୍ରହ୍ମପୁରର ଆଇନଜୀବୀ ଓ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ବୋଲି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି । ହତ୍ୟା ପାଇଁ ବିହାରରୁ ଏକ ଟିମ୍ ଆସି ୧୦ରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ରେକି କରିଥିଲେ । ପ୍ରଥମ ପ୍ରୟାସ ବିଫଳ ହେବା ପରେ ‘ପ୍ଲାନ ବି’ ଅନୁସାରେ ହତ୍ୟା କରାଯାଇଥିଲା । ଏହା ପାଇଁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା ।
ଏହି ଘଟଣାରେ ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଉଥିଲେ, ତିରୁପତି ଭୂୟାଁ ଗୁଳି କରିଥିଲେ, ମଳୟ ବିଷୋୟୀ ଓ ମଦନ ଦଳେଇ ଷଡଯନ୍ତ୍ର କରିଥିଲେ । ସେମାନଙ୍କୁ ଯୋଗୀ ରାଉତ, ଉମା ବିଷୋୟୀ ଓ ବିପିନ ସ୍ୱାଇଁ ସହାୟତା କରିଥିଲେ ବୋଲି ପୋଲିସ କହିଛି ।
ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଯାଇଛି ଓ ୩ ଜଣ ଫେରାର ଅଛନ୍ତି । ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା
