Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସୁରକ୍ଷିତ ଅନୁଗୁଳ, କଥା କଥାକେ ଗଡ଼ୁଛି ମୁଣ୍ଡ

Posted on December 3, 2025

ଅସୁରକ୍ଷିତ ଅନୁଗୁଳ । କଥା କଥାକେ ଗଡ଼ୁଛି ମୁଣ୍ଡ। ବଢିଗଲାଣି ଲୁଟେରାଙ୍କ ଦୌରାତ୍ମ୍ୟ, ହତ୍ୟା, ବଳାତ୍କାର, ମହିଳା ନିର୍ଯାତନା। ଜିଲ୍ଲାର ୨୫ଟି ଯାକ ଥାନାରେ ଆଇନଶୃଙ୍ଖଳା ବିଗିଡ଼ି ଚାଲିଛି । ପ୍ରତ୍ୟେକ ମାସରେ ହାରାହାରି ୩ରୁ ୪ଟି ହତ୍ୟାକାଣ୍ଡ ଘଟୁଥିବା ବେଳେ ୬ରୁ ୭ ବଳାତ୍କାର ମାମଲା ରୁଜୁ ହେଉଛି। ଅନୁଗୁଳ ଜିଲ୍ଲାରେ ଗତ ୧୬ ମାସର କ୍ରାଇମ୍ ରେକର୍ଡ୍ ହିଁ ଏହା ବୟାନ କରୁଛି ।

ସୂଚନା ମୁତାବକ, ସାମାନ୍ୟ ବଚସା ଜଘନ୍ୟ ହତ୍ୟାକାଣ୍ଡର ରୂପ ନେଉଛି। କେଉଁଠି ଜମିବାଡି ବିବାଦ ତ ଆଉ କେଉଁଠି ପରକୀୟା ପ୍ରୀତି ସନ୍ଦେହରୁ ମୁଣ୍ଡ ଗଡୁଛି। ଆଉ କେଉଁଠି ସାମାନ୍ୟ ମଦ ପିଆରୁ ଆରମ୍ଭ ହେଉଥିବା ଝଗଡ଼ା ଜୀବନ ନେଉଛି । ୨୪ ଜୁନ୍ରୁ ଗତ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୬ ମାସରେ ଜିଲ୍ଲାରେ ଘଟିଛି ୫୯ଟି ହତ୍ୟାକାଣ୍ଡ । ଏମାନଙ୍କ ମଧ୍ୟରେ ୨୩ ଜଣ ମହିଳା ହତ୍ୟାର ଶିକାର ହୋଇଛନ୍ତି । ସେହିପରି ଏହି ୧୬ ମାସର ଅବଧି ମଧ୍ୟରେ ୧୦୪ଜଣ ବଳାତ୍କାରର ଶିକାର ହୋଇଛନ୍ତି। ମୋଟ୍ ପରିସଂଖ୍ୟାନକୁ ହିସାବ କଲେ, ପ୍ରତି ମାସରେ ୫ରୁ ଅଧିକ ମହିଳା, ଯୁବତୀ ଓ ନାବାଳିକା ବଳାତ୍କାର ଶିକାର ହେଉଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୨୩ ଜଣ ନାବାଳିକା । ଦିନକୁ ଦିନ ବଳାତ୍କାର ସଂଖ୍ୟା ବଢ଼ିଚାଲିଥିବା ବେଳେ ୩ ଜଣ ଗଣ ବଳାତ୍କାରର ଶିକାର ହୋଇଛନ୍ତି । ଜିଲ୍ଲାରେ ମହିଳା ହିଂସା ଉଦ୍ବେଗଜନକ ସ୍ଥିତିରେ । ଯୌତୁକ ଲୋଭରେ ନିର୍ଦ୍ଦୟ ହେଉଛନ୍ତି ଶାଶୁଘର ଲୋକ । କେଉଁଠି ଯୌତୁକ ନିର୍ଯାତନା ସହି ନପାରି ନବବଧୂ ଆତ୍ମହତ୍ୟା କରୁଛି ତ ଆଉ କେଉଁଠି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଛନ୍ତି ଶାଶୁଘର ଲୋକେ । ଯୌତୁକ ଭଳି କୁତ୍ସିତ ପ୍ରଥାକୁ ଲୋକ ଜାବୁଡ଼ି ଧରିଥିବା ବେଳେ ଅନୁଗୁଳ ଜିଲ୍ଲାରେ ଯୌତୁକ ଜନିତ ନିର୍ଯାତନା ଉଦ୍ବେଗଜନକ ଭାବେ ବଢ଼ିଚାଲିଛି। ଗତ ୧୬ ମାସରେ ଜିଲ୍ଲାରେ ୨୨୮ଟି ଯୌତୁକ ଜନିତ ନିର୍ଯାତନା ମାମଲା ରୁଜୁ ହୋଇଛି । ୧୨ ଜଣ ମହିଳାଙ୍କ ଯୌତୁକ ଜୁଇରେ ଜୀବନ ଯାଇଛି । ସେପଟେ ୪୯୧ଟି ମହିଳା ହିଂସା ମାମଲା ରୁଜୁ ହୋଇଥିବା ସରକାରୀ ତଥ୍ୟ କହୁଛି ।

ଅନୁଗୁଳ ଜିଲ୍ଲାରେ ଅପରାଧ ସଂଖ୍ୟା ବଢ଼ୁଥିବା ବେଳେ ଧନଜୀବନ ବାଜିରେ ଲାଗୁଛି । ସେପଟେ ଜିଲ୍ଲା ପୁଲିସ୍ ପକ୍ଷରୁ ଅପରାଧ ଦମନ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଓ ଅଭିଯାନ ହାତକୁ ନିଆଯାଉଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ହତ୍ୟା ଓ ବଳାତ୍କାର ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ୍ଚାଲାଣ କରାଯାଉଛି । ଟେକ୍ନୋଲୋଜିର ଉପଯୋଗ କରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଉଥିବା ବରିଷ୍ଠ ପୁଲିସ୍ ଅଧିକାରୀ ଜଣକ ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme