Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Posted on January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ବିୟୋଗ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସେହିପରି ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ରାଜ୍ୟ ତଥା ସଙ୍ଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ।

ସୂଚନା ଅନୁଯାୟୀ ଅଭିଜିତ ମଜୁମଦାର ଓଡ଼ିଶାର ଜଣେ ଅତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଏବଂ କଣ୍ଠଶିଳ୍ପୀ ଥିଲେ। ତାଙ୍କୁ ଓଡ଼ିଆ ସଙ୍ଗୀତ ଜଗତର ‘ମେଲୋଡି କିଙ୍ଗ୍’ କୁହାଯାଉଥିଲା, ଯିଏ ଶତାଧିକ ସୁପରହିିଟ୍ ଗୀତ ଭେଟି ଦେଇଛନ୍ତି। ସେ ନିଜର ସଙ୍ଗୀତ ଯାତ୍ରା ଆଲବମ୍ ଦୁନିଆରୁ ଆରମ୍ଭ କରିଥିଲେ। ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ପ୍ରତିଷ୍ଠିତ ନାଁ ହୋଇପାରିଥିଲେ। ସେ ଶାସ୍ତ୍ରୀୟ ସଙ୍ଗୀତ ଠାରୁ ଆରମ୍ଭ କରି ଚୁଲବୁଲିଆ ଧୂନ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗୀତରେ ସିଦ୍ଧହସ୍ତ ଥିଲେ। ଓଡ଼ିଆ ସଙ୍ଗୀତରେ ଆଧୁନିକ ବାଦ୍ୟଯନ୍ତ୍ର ଏବଂ ପାଶ୍ଚାତ୍ୟ ଶୈଳୀର ସମନ୍ୱୟ ରକ୍ଷା କରିବାରେ ତାଙ୍କର ବଡ଼ ଭୂମିକା ଥିଲା। ତାଙ୍କ ନିର୍ଦ୍ଦେଶନାରେ ଅନେକ ଜଗନ୍ନାଥ ଭଜନ ଏବଂ ରୋମାଣ୍ଟିକ୍ ଆଲବମ୍ ଗୀତ ଘରେ ଘରେ ପରିଚିତ ହୋଇପାରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme