
ଗଛର ମଞ୍ଚା ଉପରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି। ଅବକାରୀ ବିଭାଗ କଲା ପର୍ଦ୍ଦାଫାଶ। ଚଢାଉରେ ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ।
ସୂଚନା ମୁତାବକ, ଅଭିନବ ଉପାୟରେ ଗଛ ଉପରେ ମଞ୍ଚା ବାନ୍ଧି ଚାଲିଥିଲା ଦେଶୀ ମଦ ପ୍ରସ୍ତୁତ। ଖବରପାଇ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ । ଖୁଣ୍ଟୁଣୀ ଥାନା ଡାଳୁଅ, ଖଣ୍ଟୁଆଳି, ବାଉଁଶ ଟାଙ୍ଗର, ସଡ଼କ ସାହି, ପାଦପଥର, ପାତିଆସହି, ଲୁଣି ପଡ଼ିଆ, କଂସର ଗାଁର ସଂରକ୍ଷିତ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଠିକଣା ମିଳିଥିଲା । ଅବକାରୀ ବିଭାଗକୁ ପ୍ରାୟ ୨୧୦୦ ଲିଟର ଦେଶୀ ମଦ, ୧୫୮୨୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚକୁ ଜବତ କରିଥିଲା । ଏହାପରେ ଘଟଣାସ୍ଥଳରେ ସମସ୍ତ ସାମଗ୍ରୀକୁ ନଷ୍ଟ ମଧ୍ୟ କରାଯାଇଛି। ଏହାସହିତ ଘଟଣାରେ ୬ଟି ମାମଲା ରୁଜୁ କରାଯାଇଛି।
