
ଆମେ ନିତିଦିନିଆ ଜୀବନରେ ଅନେକ କିଛି ଜିନିଷ ଆମେ ବ୍ୟବହାର କରିଥାଉ । ଯାହା ଆମ ସୁସ୍ଥ ଶରୀର ପାଇଁ ବେଶ୍ ଉପଯୋଗୀ । ଏମିତିରେ ବି ଅନେକ ଲୋକ ଅନେକ କିଛି ଦୈନନ୍ଦିନ ଜୀବନରେ ବ୍ୟବହାର କରନ୍ତି । କିନ୍ତୁ ସେସବୁ ସମ୍ପର୍କରେ ଫାଇଦା ଜାଣି ନଥାନ୍ତି । ସେଥି ମଧ୍ୟରୁ କଞ୍ଚା ପିଆଜ ହେଉଛି ଅନ୍ୟତମ । ଆସନ୍ତୁ କଞ୍ଚା ପିଆଜର ଉପକାରିତା ସମ୍ପର୍କରେ ଜାଣିବା ।
ରୋଷେଇରେ ସାଧାରଣତଃ ପିଆଜ ବ୍ୟବହାର କରିଥାଉ । କିନ୍ତୁ କଞ୍ଚା ପିଆଜ ଖାଇବାକୁ ଖୁବ୍ କମ୍ ଲୋକ ପସନ୍ଦ କରନ୍ତି । ସ୍ବାଦ ପାଇଁ ସାଲାଡରେ କଞ୍ଚା ପିଆଜ ଖାଇଥାନ୍ତି । ଯାହା ଶରୀରରେ ଏକ ପ୍ରକାର ଔଷଧ ଭଳି କାମ କରିଥାଏ । ଏହା ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଷ୍ଟ୍ରେସ୍ ଏବଂ ଯନ୍ତ୍ରଣାରୁ ମୁକ୍ତି, ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ଡାଇବେଟିସ୍, ଷ୍ଟୋନ -ପ୍ରତିରୋଧକ ଏବଂ ଆଣ୍ଟି-ଆର୍ଥ୍ରିକ୍ ଅଟେ । ପିଆଜରେ ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ ଥାଏ ଯାହା ଶରୀରକୁ ଖରାରେ ଲଢ଼ିବା ପାଇଁ ଶକ୍ତି ଦେଇଥାଏ । ପିଆଜରୁ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ, ବି ୬, ବି-କମ୍ପ୍ଲେକ୍ସ ଏବଂ ସି ମିଳିଥାଏ ।
ଏତିକି ନୁହେଁ ବରଂ କଞ୍ଚା ପିଆଜ କେଶ, ଯକୃତ ଏବଂ ଅନ୍ତନଳୀକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ବାୟୋଆକ୍ଟିଭ ଗୁଣ ପିଆଜରେ ମିଳିଥାଏ ଯାହା ଶରୀରରେ କିଛି ଅଙ୍ଗର କାର୍ଯ୍ୟରେ ଉନ୍ନତି ଆଣେ ଏବଂ ସେଲ୍ସକୁ ପ୍ରୋତ୍ସାହିତ କରେ । ପିଆଜରେ ଥିବା ସଲଫର ଏବଂ ଜିଙ୍କ ଅନେକ ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ ।
ଆୟୁର୍ବେଦରେ ମଧ୍ୟ କଞ୍ଚା ପିଆଜକୁ ବହୁତ ବ୍ୟବହାର କରାଯାଏ । ଏହା ଆପଣଙ୍କ ଶରୀର ସହିତ ଚର୍ମ ଏବଂ କେଶ ପାଇଁ ବହୁତ ଲାଭଦାୟକ। ଏହାକୁ “ଗରିବଙ୍କ ଔଷଧ” ମଧ୍ୟ କୁହାଯାଏ, ଯାହା ସହଜରେ ମିଳିଥାଏ । ଶସ୍ତା ଏବଂ ସୁସ୍ଥ ହୋଇଥାଏ ପିଆଜ । ପିଆଜକୁ ବାତ ସମ୍ବନ୍ଧୀୟ ରୋଗରେ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାର ନିୟମିତ ସେବନ ଭୋକ, ପାଚନ ଶକ୍ତି ବୃଦ୍ଧି କରେ । ତାଜା ପିଆଜ ରସ କାନ ଯନ୍ତ୍ରଣାରେ ଲାଭଦାୟକ, ଘିଅରେ ଭଜା ପିଆଜ କାଶ, ଆସ୍ଥମା ଏବଂ ଥଣ୍ଡାରେ ଲାଭଦାୟକ, ଏବଂ ତାଜା ପିଆଜ ରସ ନାକରୁ ରକ୍ତସ୍ରାବ ବନ୍ଦ କରିବାରେ ମଧ୍ୟ ସହାୟକ ହୋଇଥାଏ । ପିଆଜ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।
ଏହା ସହିତ ହାର୍ଟ ଜନିତ ସମସ୍ୟା ପାଇଁ ଲାଭକାରୀ ହୋଇଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ପିଆଜ କର୍କଟ ରୋଗର ବିପଦ କମ କରିବାରେ ମଧ୍ୟ ସହାୟକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶରୀରରେ ବ୍ଲଡ ସୁଗର ଲେଭଲକୁ ନିୟନ୍ତ୍ରଣ କରିବାରେ ପିଆଜ ସାହାଯ୍ୟ କରିଥାଏ । ଯାହା ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ଜଣାପଡିଛି । କାର୍ଯ୍ୟ କଲେ୨୦ ନା ୨୧ । କେବେ ପାଳନ ହେବ ଦୀପାବଳି, ବଢୁଛି ଦ୍ବନ୍ଦ୍ବ । ପଞ୍ଜିକା ପରେ ପୁରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କ ଭିତରେ ମତପାର୍ଥକ୍ୟ । ୨୦ ନା ୨୧ । କେବେ ପାଳନ ହେବ ଦୀପାବଳି, ବଢୁଛି ଦ୍ବନ୍ଦ୍ବ । ପଞ୍ଜିକା ପରେ ପୁରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କ ଭିତରେ ମତପାର୍ଥକ୍ୟ । ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଲେ- ୨୧ରେ ପୟାଶ୍ରାଦ୍ଧ ବିଧେୟ । ରାଜ୍ୟବାସୀଙ୍କୁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା କାର୍ୟ୍ୟକାରୀ ସଂପାଦକ ଆଦିତ୍ୟ ମିଶ୍ରଙ୍କ ଅନୁରୋଧ । ୨୦ରେ ପାଳନ୍ତୁ ଦୀପାବଳି । କେବେ ପାଳିବା ଦୀପାବଳି ? ୨୦ ତାରିଖ ନା ୨୧ ତାରିଖ ? ଦୀପାବଳି ଅମାବାସ୍ୟା ଓ ପୟାଶ୍ରାଦ୍ଧକୁ ନେଇ ଜନସାଧାରଣ ଦ୍ବନ୍ଦ୍ବରେ ରହୁଥିବା ବେଳେ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି ମୁକ୍ତିମଣ୍ଡପର ପଣ୍ଡିତମାନେ । ଅକ୍ଟୋବର ୨୦ରେ ଦୀପାବଳି ପାଳନ କରିବା ନେଇ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭା ଯୁକ୍ତି ବାଢୁଥିବା ବେଳେ ଅକ୍ଟୋବର ୨୧ରେ ଦୀପାବଳି ଓ ପୟାଶ୍ରାଦ୍ଧ କରିବାକୁ ଶାସ୍ତ୍ରୀୟ ମତ ପୋଷଣ କରୁଛନ୍ତି ବିଶିଷ୍ଟ ଜ୍ୟୋତିର୍ବିଦ ତଥା ମୁକ୍ତିମଣ୍ଡପ ପଣ୍ଡିତ ହରିଶଙ୍କର ମିଶ୍ର । ମୁକ୍ତିମଣ୍ଡପ ପଣ୍ଡିତ ସଭା କାର୍ୟ୍ୟକାରୀ ସଂପାଦକ ଆଦିତ୍ୟ ମିଶ୍ର କହିଛନ୍ତି ୨୦ ତାରିଖରେ ଚତୁର୍ଦ୍ଦଶୀ ୩ଟା ୪୫ ପର୍ୟ୍ୟନ୍ତ ରହିଛି ଓ ତା ପରେ ଅମାବାସ୍ୟା ଆରମ୍ଭ ହେଉଛି । ଏହାର ପରଦିନ ଅର୍ଥାତ ୨୧ ତାରିଖ ସଂଧ୍ୟା ୫ଟା ୪୫ ପର୍ୟ୍ୟନ୍ତ ଅମାବାସ୍ୟା ରହୁଛି । କିନ୍ତୁ ୨୦ ତାରିଖ ରାତି ତମାମ ଅମାବାସ୍ୟା ଥିବା ହେତୁ ସେହି ରାତିରେ ପୟାଶ୍ରାଦ୍ଧ ଓ ଦୀପଦାନ କରିବା ବିଧେୟ । ତେଣୁ ୨୦ ତାରିଖରେ ସମସ୍ତେ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ
