Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅନୁଗୋଳ ଓ ଢେଙ୍କାନାଳ ବାନାଞ୍ଚଳ ପକ୍ଷରୁ ହାତୀ ସୁରକ୍ଷା ପାଇଁ ଗଣ୍ଠିଗାଡ଼ିଆ ବିଟ ଅଞ୍ଚଳରେ ଜୋରଦାର୍ କମ୍ବିଂ ଅପରେଶନ।

Posted on January 21, 2026

ଅନୁଗୋଳ ଜିଲ୍ଲାରେ ଶିକାରୀଙ୍କ ବୋମା ରେ ହାତୀ ମୃତ୍ୟୁ ଭଳି ଅଘଟଣ ପରେ ତପ୍ତରତା ଦେଖାଇଲେ ବନବିଭାଗ
ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜୋରଦାର କମ୍ବିଂ ଅପରେସନ୍ କରାଯାଉଥିବା ଦେଖିବାକୁ ମିଳିଛି। ସେପଟେ ଶିକାରୀ ମାନଙ୍କୁ ଜଙ୍ଗଲରେ ପୂରାଇ ନଦେବା ପାଇଁ ସବୁ ଯୋଜନା କରାଯାଉଛି। ସୂଚନା ଅନୁସାରେ, କିଛି ଦିନ ହେଲା ଅନୁଗୋଳ ବନ ଖଣ୍ଡର ସମସ୍ତ ରେଞ୍ଜରେ ସମସ୍ତ ବନ କର୍ମଚାରୀଙ୍କୁ ସଂରକ୍ଷିତ ଜଙ୍ଗଲରେ ବୁଲିବାକୁ କୁହାଯାଇଛି। ହାତୀ ସମେତ ଅନ୍ୟ ବନ୍ୟ ଜୀବଙ୍କର ଗତିବିଧ‌ି ନିରୀକ୍ଷଣ ଏବଂ ଶିକାର ଓ ଅବୈଧ କାର୍ଯ୍ୟକଳାପ ରୋକିବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅନୁଗୁଳ ଡିଏଫ୍‌ଓ ନୀତୀଶ କୁମାର ସୂଚନା ଦେଇଛନ୍ତି। ସେହିପରି ଅପରେସନ୍ ବେଳେ ବନ କର୍ମଚାରୀମାନେ ବନ୍ୟଜୀବଙ୍କ ମଧ୍ୟରେ ସମ୍ଭାବ୍ୟ ରୋଗ, ଅରଣ୍ୟ ଅବସ୍ଥା, ବନ୍ୟଜୀବ ସଂଖ୍ୟା ଓ ପରିବେଶଗତ ପରିବର୍ତନ ସମ୍ବନ୍ଧୀୟ ଜରୁରି ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ସେପଟେ ଜଙ୍ଗଲର କେଉଁଠି ଫାଶ, ଜିଆଇ ତାର, ବିଷାକ୍ତ ଆହାର ରଖାଯାଇଛି ତାହା ତନତନ କରି ଖୋଜା ଯାଉଛି। ଖାଲି ସେତିକି ନୁହେଁ, ବିଭିନ୍ନ ଗାଁରେ ଥିବା ଶିକାରୀଙ୍କ ଉପରେ ମଧ୍ୟ ଦୃଷ୍ଟି ରଖାଯାଇଛି । ଜଙ୍ଗଲଭିତରକୁ ସେମାନେ ପ୍ରବେଶ କଲେ ସଙ୍ଗେ ସଙ୍ଗେ ବନ ବିଭାଗ ଶିକାରୀଙ୍କୁ କିପରି କାବୁ କରିବ ସେନେଇ ଜାଲ ବିଛା ଯାଉଛି। ଏହି କମ୍ବିଂ ଅପରେଶନ ଅନୁଗୋଳ ଡିଏଫଓ ନୀତିଶ କୁମାର, ଢେଙ୍କାନାଳ ଏସିଏଫ ସତ୍ୟ ପ୍ରକାଶ ସାହୁ, ଅନୁଗୋଳ ଏସିଏଫ ଐଶ୍ୱରୀୟ ରାଉତରାୟ , ତାଳଚେର ସେକ୍ସନର ସମସ୍ତ ବନ କର୍ମଚାରି ଯୋଗଦାନ କରିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme