
ବହୁ ପ୍ରତୀକ୍ଷିତ ତାଳଚେର ଘଣ୍ଟପଡା ଫ୍ଲାଏ ଓଭର ଆଜି ଉଦଘାଟିତ ହୋଇ ଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ ଫେରେନ୍ସ ଜରିଆରେ ଏହାକୁ ଉଦଘାଟନ କରିଥିଲେ। ଉଦଘାଟନ ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେଯେ ଏହି ରାସ୍ତା ଅନୁଗୁଳ ଜିଲ୍ଲାର ଅର୍ଥନୀତିର ମେରୁଦଣ୍ଡ । କିନ୍ତୁ ରେଳପଥ ଯୋଗୁ ସବୁ ବେଳେ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଅନୁଗୁଳରୁ ତାଳଚେର ମାତ୍ର ୨୦/୨୫ ମିନିଟ ରାସ୍ତାକୁ ଘଣ୍ଟା ଘଣ୍ଟା ଲାଗୁଥିଲା। ଫଳରେ ରୋଗୀ, ଛାତ୍ରଛାତ୍ରୀ, ଶ୍ରମିକ ଓ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। କିନ୍ତୁ ଏବେ ଆଖପାଖ ପ୍ରାୟ ୪୦ହଜାର ଲୋକ ଉପକୃତ ହୋଇ ପାରିବେ। ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟନ ପାଣି ଯୋଗ ଦେଇଥିବା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଲ ଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ସମେତ ଏମ୍ସିଏଲର ବରିଷ୍ଠ ଅଧିକାରୀ ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଏମ୍ସିଏଲର ପାରିପାର୍ଶ୍ଵକ ଉନ୍ନୟନ ପାଣ୍ଠିରୁ ୪୩କୋଟି ଟଙ୍କା ବ୍ୟୟରେ ଏହି ଓଭର ବ୍ରିଜ ନିର୍ମାଣ କରାଯାଇଛି।
