
ତାଳଚେର: ମହାନଦୀ କୋଲ୍ ଫିଲ୍ଡ଼ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶୁଭେନ୍ଦୁ ଶେଖର ବୋଷ୍ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଭାରତ ମାତାର ସୁଯୋଗ୍ୟ ସନ୍ତାନ ମହାପୁରୁଷ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପକରିଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀ କ୍ରିଷ୍ଣା ପାଣିଙ୍କ ଦ୍ଵାରା ମହାତ୍ମାଗାନ୍ଧୀଙ୍କ ଅତି ପ୍ରିୟ ରାମ ଧୂନ୍ ସୁଲଳିତ କଣ୍ଠରେ ଗାନ କରାଯାଇଥିଲା।ଶିକ୍ଷକ ସୁବ୍ରତ କୁମାର ପାଣିଙ୍କ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୀବନର କେତେକ ମହନୀୟ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଅଧ୍ୟକ୍ଷ ମହୋଦୟ ଆପଣା ବକ୍ତବ୍ୟରେ ଗାନ୍ଧୀ ଓ ଶାସ୍ତ୍ରିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ସତ୍ୟ, ଅହିଂସା ତଥା ତ୍ୟାଗକୁ ବରଣ କରି ଜୀବନର ଗତିପଥକୁ ଆଦର୍ଶୋଜ୍ଜ୍ୱଳ କରି ଗଢି ତୋଳିବା ପାଇଁ ପରାମର୍ଶ ପ୍ରଦାନ କରଥିଲେ ।ଶିକ୍ଷକ କରୁଣାକର ସାହୁ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ଚିତ୍ତରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଗଣ ସହଯୋଗ କରିଥିଲେ।

