Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ, ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

Posted on December 18, 2025

 କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ । ରୁଦ୍ର ନାରାୟଣ ମିଶ୍ରକୁ ଗିରଫ କରିଛି ଟାଉନ ଥାନା ପୋଲିସ । କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସ ବିଭାଗର ଅତିଥି ଅଧ୍ୟାପିକା ପ୍ରିୟାଙ୍କ ଦାସଙ୍କ ଗତକାଲି ତାଙ୍କ ପୁରୁଷ ବନ୍ଧୁଙ୍କ ଘରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଅଭିଯୋଗ ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ପ୍ରିୟଙ୍କା ଦାସ ଅତିଥି ଅଧ୍ୟାପିକା ଭାବେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ଗତକାଲି ସକାଳ ସମୟରେ ପ୍ରିୟଙ୍କାଙ୍କୁ ତାଙ୍କ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ରୁଦ୍ର ମୃତଦେହକୁ ନେଇ ପୋଷ୍ଟମର୍ଟମ ରୁମ ନିକଟରେ ପହଞ୍ଚାଇ ନିଜ କାରରେ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ଥାନାରେ ଅଟକ ରଖିଥିଲେ । ଅଭିଯୁକ୍ତ ରୁଦ୍ର ମିଶ୍ର ହିଁ ତାଙ୍କ ଝିଅକୁ ହତ୍ୟା କରିଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରିୟଙ୍କାଙ୍କ ପରିବାର ଲୋକ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme